ଓଡିଶା

ନାରାୟଣପାଟଣାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ: ୮ ବର୍ଷ ଧରି ଫେରାର ଥିଲେ – bajravana

[ad_1]

କୋରାପୁଟ/ ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିବାର ଖବର ମିଳିଛି। ୮ ବର୍ଷ ହେବ ଫେରାର ଥିବା ରମେଶ ଚନ୍ଦ୍ର ସାହୁଙ୍କୁ ଏକାଧିକ ବାର ଧରିବା ଲାଗି ଚେଷ୍ଟା ଚଳାଇ ବିଫଳ ‌ହୋଇଥିଲା ଓଡ଼ିଶା ଭିଜିଲାନ୍ସ, ହେଲେ ଏଥର ସଫଳ ହୋଇଛି। ଆଜି ରମେଶ ଚନ୍ଦ୍ର ସାହୁ ଆସାମରୁ ଦିଲ୍ଲୀ ଫେରିଥିବା ବେଳେ ତାଙ୍କୁ ଭିଜିଲାନ୍ସ ମାଡ଼ବସିଥିଲା। ଏହାପରେ ତାଙ୍କୁ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ଏହାପରେ ରମେଶ ଚନ୍ଦ୍ର ସାହୁଙ୍କୁ ଓଡ଼ିଶା ଅଣାଯାଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ୭ଟି ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ନାଁରେ ୭ଟି ଦୁର୍ନୀତି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଫେରାର ହୋଇ ଯାଇଥିଲେ। ଏହାପରଠାରୁ ସେ ବିଭିନ୍ନ ସ୍ଥାନରେ ରହି ଆସୁଥିଲେ। ଭିଜିଲାନ୍ସ ତାଙ୍କୁ ଖୋଜାଖୋଜି କରି ଅବଶେଷରେ ଦିଲ୍ଲୀରେ ଠାବ କରିଥିଲା।

ଆଠ ବର୍ଷ ତଳେ ରମେଶ ଚନ୍ଦ୍ର ସାହୁ ନାରାୟଣପାଟଣା ବ୍ଲକ୍ ରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ନାରାୟପାଟଣାର ବିଡିଓ ଭାବେ ରହିଥିଲେ। ସେହି ସମୟରେ ବ୍ଲକ୍ ର ଉନ୍ନୟନମୂଳକ କାର୍ଯ୍ୟର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ନାମରେ ସରକାରଙ୍କ ତରଫରୁ ସାତଟି ମାମଲା ରୁଜୁ ହୋଇଥିଲା।ଏଥି ସହ କିଛି ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ବେଳେ ସେମାନେ କିଛି ଟଙ୍କା ପୈଠ କରି ଦୋଷମୁକ୍ତ ହୋଇଥିଲେ। ହେଲେ ଶ୍ରୀ ସାହୁ କିନ୍ତୁ ଫେରାର ହୋଇ ଯାଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ ପଳାତକ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button