ଓଡିଶା

ସାଇବର୍ ଅପରାଧ ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ – bajravana

[ad_1]

ଆନ୍ତରିକତା ନାହିଁ; ମୁକାବିଲା ନୀତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ: ରାଜ୍ୟରେ ସାଇବର ଅପରାଧର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ। ସାଇବର୍ ଅପରାଧ ତଦନ୍ତ ପ୍ରକ୍ରିୟାର ଆନ୍ତରିକତା ରହୁନି। ଅପରାଧର ମୂଳ ଖୋଜି ବାହାର କରିବାକୁ ଉଦ୍ୟମ ହେଉନି କି ସେଥିପାଇଁ ତଦନ୍ତକାରୀ ଅଧିକାରୀଙ୍କ ଆଗ୍ରହ ନାହିଁ। ସାଇବର ମାମଲା ପରିଚାଳନା ଓ ଉପସ୍ଥାପନ କରାଯାଇଥିବା ରେକର୍ଡରୁ ଏଭଳି ଘଟଣା ସ୍ପଷ୍ଟ ହେଉଛି ବୋଲି ହାଇକୋର୍ଟ ମତ ଦେବା ସହିତ ରାଜ୍ୟ ଗୃହ ବିଭାଗ ସଚିବଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ସାଇର ଅପରାଧର ମୁକାବିଲା ପାଇଁ କଣ ବ୍ୟବସ୍ଥା ରହିଛି ଓ କଣ ସବୁ ନୀତି ପ୍ରଣୟନ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିବା ଜିଓ ସାଇଣ୍ଟିଷ୍ଟ୍‌ ଡକ୍ଟର ବିଶ୍ବଜିତ ଲେଙ୍କାଙ୍କ ଏତଲା ଆଧାରରେ ତଦନ୍ତ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ସତ୍ୟପାଠ ଦାଖଲ ଲାଗି କ୍ରାଇମବ୍ରାଞ୍ଚ ମୁଖ୍ୟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଲେଙ୍କାଙ୍କ ମାମଲାକୁ ଗୁରୁତ୍ବ ଦେଇ କ୍ରାଇମବ୍ରାଞ୍ଚ ମୁଖ୍ୟ ତଦାରଖ କରିବେ। ତାଙ୍କ ବିରୋଧରେ ଗୁଗୁଲ ବା ଅନ୍ୟ କୌଣସି ମାଧ୍ୟମରେ ଯେଭଳି ବେଆଇନ ବୟାନ ନ ଯିବ ତାହା ବି କ୍ରାଇମବ୍ରାଞ୍ଚ ମୁଖ୍ୟ ନିଶ୍ଚିତ କରିବେ। ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ୨୦୨୪ ଫେବ୍ରୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଆବେଦନକାରୀ ଡକ୍ଟର ବିଶ୍ବଜିତ ଲେଙ୍କା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ‌ର ଜଣେ ଲବ୍ଧପ୍ରତିଷ୍ଠ ଜିଓସାଇଣ୍ଟିଷ୍ଟ। ସେ ୨୦୧୪ରେ ରାଷ୍ଟ୍ରପତିଙ୍କ ନିକଟରୁ ନ୍ୟାସନାଲ ଜିଓସାଇନ୍ସ ପୁରସ୍କାର ପାଇଥିଲେ। କିନ୍ତୁ ତାଙ୍କ ପ୍ରତିଷ୍ଠାକୁ ହାନି ପହଞ୍ଚାଇବାକୁ ନିର୍ଦ୍ଦିଷ୍ଟ ବ୍ୟକ୍ତି ଗୁଗୁଲ ଆପ୍‌ରେ ତାଙ୍କ ବିରୋଧରେ ବିଭିନ୍ନ ଲେଖା, ଚିଠି ପ୍ରକାଶ କରୁଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବେନାମି ଇ-ମେଲ ପଠାଯାଉଛି। ତାଙ୍କ ଯଶ, ଖ୍ୟାତିକୁ କ୍ଷତି ପହଞ୍ଚାଇବାକୁ ଏପରି କାର୍ଯ୍ୟ କରାଯାଉଥିବା ନେଇ ଅଭିଯୋଗ କରି ସେ ଏ ନେଇ ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସ ପୁଲିସ ଷ୍ଟେସନ, ଭିଏସଏସ ନଗରରେ ୨୦୨୩, ମାର୍ଚ୍ଚ ୧୩ରେ ଏତଲା ଦେଇଥିଲେ। କିନ୍ତୁ ମାମଲା ରୁଜୁ ହେବା ପରେ ମଧ୍ୟ ତାଙ୍କ ସମସ୍ୟା ଦୂର ହୋଇ ନଥିଲା। ତାଙ୍କ ମର୍ଯ୍ୟାଦାହାନି କରିବା ପାଇଁ ପୂର୍ବଭଳି ଦୁର୍ବୃତ୍ତମାନେ ଲେଖା ଜାରି ରଖିଥିଲେ।

ଉପଯୁକ୍ତ ଢଙ୍ଗରେ ମାମଲାର ତଦନ୍ତରେ ଅଗ୍ରଗତି ହେଉ ନଥିବାରୁ ଦୁର୍ବୃତ୍ତମାନେ ପୂର୍ବଭଳି ବେଫିକର ହୋଇ ତାଙ୍କ କାର୍ଯ୍ୟ କରି ଚାଲିଛନ୍ତି ବୋଲି ଅଭି‌ଯୋଗ ନେଇ ଡକ୍ଟର ଲେଙ୍କା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାଇବର ଅପରାଧ ମାମଲାର ତଦନ୍ତକୁ ଠିକ ଦିଗରେ ଆଗେଇ ନେବା କ୍ଷେତ୍ରରେ ପୁଲିସ ବିଫଳ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ସାଇବର ଅପରାଧ ମାମଲା ବୃଦ୍ଧି ପାଉଥିବା ବେଳେ ରାଜ୍ୟର ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି। କିନ୍ତୁ ଏଭଳି ସମସ୍ୟାର ମୁକାବିଲା ପାଇଁ ସରକାର ଏ ପର୍ଯ୍ୟନ୍ତ କିଛି ନୀତି ପ୍ରଣୟନ କରିଛନ୍ତି କି ନାହିଁ ତାହା ବି ବୁଝା ପଡ଼ୁ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସ୍ବପନ କୁମାର ଓଝା ମାମଲା ପରିଚାଳନା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button