ଓଡିଶା

ନକ୍ସଲଙ୍କ ହିଂସା ଯୋଜନା ପଣ୍ଡ; ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ୍‌ ଜବତ – bajravana

[ad_1]

ସପ୍ତାହରେ ସହିଦ ହେଲେଣି ୩ ଯବାନ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା। ଗତକାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଥିଲା। ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ବରୁ ଡିଭିଏଫ୍‌ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ସ୍ଥାନୀୟ ପୁଲିସ ଓ ଡିଭିଏଫ୍‌ ଯବାନ ମିଳିତ ସର୍ଚ୍ଚ ଅପରେସନ୍‌ବେଳେ ଲ୍ୟାଣ୍ଡମାଇନ୍‌କୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଟିମ୍‌ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି। ସିଆର୍‌ଏଫ୍‌ ଓ ଆର୍‌ପିଏଫ୍‌ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି।

ଝାଡ଼ଖଣ୍ଡ ପରେ ଓଡ଼ିଶା ପାର୍ଶ୍ବରେ ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଜିଲ୍ଲା ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍‌ରି ବେସ୍ରା କୋହ୍ଳାଣ, ସରଣ୍ଡା ପରେ ଓଡ଼ିଶା ପାର୍ଶ୍ବରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛି। ସୂଚନା‌ଯୋଗ୍ୟ, ଗତ ସପ୍ତାହ ମଧ୍ୟରେ ନକ୍ସଲମାନଙ୍କ ଗୁଳିରେ ତିନି ଯବାନ ସହିଦ ହୋଇଛନ୍ତି। ସହିଦମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ। ଅନ୍ୟ ଦୁଇଜଣ ବିହାର ଓ ଝାଡ଼ଖଣ୍ଡର। କେବଳ ଏତିକି ନୁହେଁ ଝାଡ଼ଖଣ୍ଡ ପାର୍ଶ୍ବ ଜଙ୍ଗଲରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି। ଯବାନମାନେ ୧୧ରୁ ଅଧିକ ନକ୍ସଲ ବଙ୍ଗର ଧ୍ବଂସ କରିଛନ୍ତି। ଭଉୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ମୋଷ୍ଟୱାଣ୍ଟେଡ୍‌ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ମିସ୍‌ରି ବେସ୍ରାକୁ ଧରିବାକୁ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପୁଲିସ, ଡିଭିଏଫ୍‌ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ଉଭୟ ପାର୍ଶ୍ବ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମାତ୍ର ମିସ୍‌ରି ବେସ୍ରାକୁ ଧରିବାରେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ଫେଲ୍‌ ମାରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button