ଖେଳ ଖବର

ଭାରତର ଶୃଙ୍ଖଳା ପରାଜୟ: ଶେଷ ଟ୍ବେଣ୍ଟି-୨୦କୁ ୮ ୱିକେଟ୍‌ରେ ହାରିଲା – bajravana

[ad_1]

ଲୌଡରହିଲ୍‌: ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ବେଣ୍ଟି-୨୦ରେ ଭାରତ ୮ ୱିକେଟ୍‌ରେ ପରାଜୟ ସହିତ ଶୃଙ୍ଖଳାକୁ ମଧ୍ୟ ୨-୩ରେ ବରଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ ନିକୋଲାସ ପୂରନ (୪୭)ଙ୍କ ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୭ ରନ୍) ବଳରେ ଘରୋଇ ଦଳ ଏହି ବର୍ଷା ଓ ଘଡ଼ଘଡ଼ି ବାଧାପ୍ରାପ୍ତ ମ୍ୟାଚ୍‌‌କୁ ଅତି ସହଜରେ ୨ ଓଭର ପୂର୍ବରୁ ଜିତିଯାଇଥିଲା।

ସୂର୍ଯ୍ୟକୁମାର ଯାଦବଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍‌ କରିଥିଲା। ପୂର୍ବ ରାତିରେ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ୍‌ ପ୍ରଥମ ୱିକେଟ୍‌ ପାଇଁ ୧୬୫ ରନ୍‌ ସଂଗ୍ରହ କରିଥିବା ବେଳେ ୨୪ ଘଣ୍ଟା ପରେ ଦଳ ମୋଟ ୧୬୫ ରନ୍‌ ପାଇଁ ୯ ୱିକେଟ୍‌ ହରାଇ ଦେଇଥିଲା। ତୃତୀୟ ଓଭର ଏବଂ ୧୭ ରନ୍‌ ଭିତରେ ପ୍ରାରମ୍ଭିକ ଯୋଡ଼ି ଗିଲ୍‌ ଓ ଜୟସ୍ବାଲ ପ୍ୟାଭିଲିଅନ୍ ଫେରିଯାଇଥିଲେ। ସୂର୍ଯ୍ୟକୁମାର ଏବଂ ତିଳକ ବର୍ମା ୫ ଓଭରରେ ୪୯ ରନ୍‌ ଯୋଡ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ତିଳକଙ୍କ ବିଦାୟ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ସୂର୍ଯ୍ୟଙ୍କ ୩୮ ବଲ୍ ଅର୍ଦ୍ଧଶତକ ବିଶେଷ ଫରକ ପକାଇପାରିନଥିଲା। ହାର୍ଦିକ ପାଣ୍ଡ୍ୟା ମଧ୍ୟ ୧୮ ବଲ୍‌ ନଷ୍ଟ କରି ମାତ୍ର ୧୪ ରନ୍ କରିବା ଦଳକୁ ତଳମୁହାଁ ରଖିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିଓ ସେଫର୍ଡ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକିଲ ହୋସେନ୍‌ ଏବଂ ଜାସନ୍ ‌ହୋଲ୍‌ଡର ୨-୨ ୱିକେଟ୍ ନେଇ ଭାରତକୁ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button