ଓଡିଶା

ଚୂଡାନ୍ତ ପର୍ଯ୍ୟାୟରେ ଐତିହାସିକ ବାଲିଯାତ୍ରା ଉତ୍ସବ ପ୍ରସ୍ତୁତି, ଏଥର ସ୍ଥାନ ପାଇଛି ୭ଟି ଆନ୍ତର୍ଜାତୀୟ ଷ୍ଟଲ

ଟକ: ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୫ ତାରିଖ ସଂଧ୍ୟା ୫ଟା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ କରିବେ । ଏନେଇ ଆଜି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ସୂଚନା ଦେଇଛନ୍ତି ।

 

ଏଥିସହ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ହାଇକମିଶନର ତଥା ଅନ୍ୟାନ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସବୁ ରାଷ୍ଟ୍ର ଗୁଡିକ ମଧ୍ୟରେ ରହିଛି ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃଣେଇ ।

ଚଳିତଥର ବାଲିଯାତ୍ରାର ଉପର ପଡିଆ ଓ ତଳ ପଡିଆକୁ ମିଶାଇ ୨୫୦୦ରୁ ଅଧିକ ଛୋଟ ବଡ ଷ୍ଟଲ ସ୍ଥାନ ପାଇଛି । ସେଥିମଧ୍ୟରୁ ଓରମାସରେ ରହିଛି ୫୦୦ ଷ୍ଟଲ । ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓରମାସରେ ପ୍ରାଧାନ୍ୟ ଦିଆଯାଇଛି । ଓରମାସରେ ପିଠା ମହୋତ୍ସବ, ମାଟି ପାତ୍ର ତିଆରି ଏବଂ ତନ୍ତ ବୁଣା ଆଦି ମଧ୍ୟ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି ।

ତେବେ ଚଳିତଥର ୭ଟି ଆନ୍ତର୍ଜାତୀୟ ଷ୍ଟଲ ମଧ୍ୟ ସ୍ଥାନ ପାଇଛି । ବାଲିଯାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଚଳିତଥର ତଳ ପଡିଆରେ ୩ଟି ମୁଖ୍ୟ ପ୍ରବେଶ ଦ୍ୱାର ଏବଂ ଗୋଟିଏ ଜରୁରୀକାଳୀନ ପ୍ରବେଶ/ପ୍ରସ୍ଥାନ ଦ୍ୱାର ଖୋଲାଯିବା ସହ ପଡିଆ ମଧ୍ୟରେ ଗମନାଗମନ ନିମନ୍ତେ ୪ଟି ରାସ୍ତା କରାଯାଇଛି । ଏଥିସହ ରାସ୍ତା କଡରେ ଉଠାଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ବାରଣ କରାଯାଇଛି । ଧୂଳି ନିୟନ୍ତ୍ରଣ କରିବା ନିମନ୍ତେ ରାସାୟନିକ ମିଶ୍ରଣ ସ୍ପ୍ରେ କରାଯାଉଛି । ମନୋରଞ୍ଜନ ନିମନ୍ତେ ବଲିଉଡ୍ ନାଇଟ୍ ସହ ଲେଜର ଶୋ, ଡ୍ରୋନ୍ ଶୋ, କାଇଟ୍ ଫେଷ୍ଟିଭାଲ ଆଦି ବ୍ୟବସ୍ଥା କରାଯାଇଛି ।

ପଡିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ୩୮୫ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି । ବୟସ୍କ ଏବଂ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି । ପଡିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି । ନଦୀ କୂଳରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛି । ପ୍ରଥମ ସଂଧ୍ୟାରେ ଗଣକବି ବୈଷ୍ଣବ ପାଣି ମଂଚରେ ବାଲି, ଇଣ୍ଡୋନେସିଆ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସଂଧ୍ୟା ମଧ୍ୟ ଉଦଘାଟନୀ ଉତ୍ସବର ଅନ୍ୟତମ ଆକର୍ଷଣ ରହିଛି । ଅନ୍ୟପକ୍ଷରେ ଅକ୍ଷୟ ମହାନ୍ତି ମଞ୍ଚରେ ପଙ୍କଜ ଜାଲ ଓ ତାଙ୍କ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button