ଓଡିଶା

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ: ଡଙ୍ଗା ଭସାଇଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ – bajravana

[ad_1]

ଭୁବନେଶ୍ୱର/କଟକ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ। ଭୋରୁ ଭୋରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ନଦୀ, କେନାଲ ଓ ପୋଖରୀରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମି, କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ୱର ବିନ୍ଦୁସାଗର ଓ କୁଆଖାଇ ନଦୀରେ ଶ୍ରଦ୍ଧାଳକୁମାନେ ଭୋର ୪ ଟାରୁ ଡଙ୍ଗା ଭସାଇଛନ୍ତି। ଏହାଛଡ଼ା ଓଡ଼ିଶାର ସବୁ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କଦଳୀ ପାଟୁଆ, କାଗଜ, ସୋଲରେ ତିଆରି ଡଙ୍ଗା ଭସାଇଛନ୍ତି ଲୋକେ। ଲୋକେ ଡଙ୍ଗାରେ ପାନ, ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଉଥିବା ପରିଲକ୍ଷିତ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।


କଟକରେ ମହାନଦୀ ଓ କାଠଯୋଡ଼ିରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସବୁଠାରେ ଶୁଭିଥିଲା ଆ-କା-ମା-ବୈ…ର ସ୍ବର। ଆଉ, ଚାଲିଥିଲା କାର୍ତ୍ତିକପୂର୍ଣ୍ଣିମାର ପାରମ୍ପରିକ ଡଙ୍ଗାଭସା କାର୍ଯ୍ୟକ୍ରମ। ମହାନଦୀର ଯୋବ୍ରା, ଶିଖରପୁର, ଚହଟା, ତୁଳସୀପୁର ଘାଟ ସମେତ କାଠଯୋଡ଼ିର ସିଡିଏ, ଗଣେଶଘାଟ, ଦେବୀଗଡ଼ା, ରାଜାବଗିଚା, ଖାନନଗର, ଘାଟକୂଳ ଆଦି ସ୍ଥାନରେ ଗହଳି ମଧ୍ୟରେ ଲୋକେ ଡଙ୍ଗା ଭସାଇଥିଲେ। ଖାଲି ସେତିକି ନୁହେଁ, ଭୋର ସମୟରୁ କଟକର ସବୁ ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button