ଓଡିଶା

୨୯ ସୁଦ୍ଧା ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍: ଆଉ ୫ ଜିଲ୍ଲାରେ ଶୁଭାରମ୍ଭ, ୧୩୪୦ ପଞ୍ଚାୟତରେ ୩୦୧ ବସ୍‌ – bajravana

[ad_1]

ଉପକୃତ ହେବେ ୮୩ ଲକ୍ଷ ଯାତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ‌ଫରେନ୍ସିଂ ଜରିଆରେ ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ଆଉ ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍ ଗଡ଼ିଛି।। ଏଥିରେ ୮୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ରାଜ୍ୟ ସରକାର ଯୋଜନା କରିଥାନ୍ତି। ୫-ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରି ଗାଁ ଲୋକଙ୍କ ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ସରକାର ଲକ୍ଷ୍ମୀ ବସ୍ ଯୋଜନା ପ୍ରସ୍ତୁତ କରିଛନ୍ତି। ଲକ୍ଷ୍ମୀ ବସ୍ ଗମନାଗମନକୁ ସହଜ କରିଛି। ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଲକ୍ଷ୍ମୀ ବସ୍ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ।

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଏହି ବସ୍ ସେବା ଆରମ୍ଭ ହୋଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍ ଟିକେଟ୍‌ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବ। ପିଲାଙ୍କୁ ସ୍କୁଲ କଲେଜ ନେବା ସହିତ ଚାଷୀଙ୍କୁ ମାର୍କେଟ ସହିତ ଯୋଡ଼ିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ୫ ଟଙ୍କାରେ ଏହି ବସ୍‌ରେ ଯିବା ଆସିବା କରିପାରିବେ। ବଲାଙ୍ଗୀରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସୁନ୍ଦରଗଡରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଏହି କାର୍ଯ୍ୟକ୍ରମରେ  ଯୋଗ ଦେଇ ସରକାରଙ୍କ ଏହି ଯୋଜନା ସଂପର୍କରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଲେ, ଆସନ୍ତା ୨୦ ତାରିଖରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ କାର୍ଯ୍ୟ ଜାରି ରହିଛି ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର ବେଦବ୍ୟାସ ପୀଠର ରୂପାନ୍ତର ସହିତ ବିଭିନ୍ନ ମନ୍ଦିର ଓ ଚର୍ଚ୍ଚର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କେନ୍ଦୁଝର ଜିଲ୍ଲାର ଜନସାଧାରଣ ମଧୁବାବୁ ପେନ୍‌ସନ୍‌ ବଢ଼ାଇବାକୁ ଅନୁରୋଧ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପେନସନ ରାଶିକୁ ବଢ଼ାଇଛନ୍ତି। ଖୁବଶୀଘ୍ର ମିସନ ଶକ୍ତି ମା’ମାନଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା କରାଯିବ। ଲକ୍ଷ୍ମୀ ବସ୍ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ଜଗନ୍ନାଥ ନାୟକ, ବଦ୍ରି ନାରାୟଣ ପାତ୍ର, ଦେବକୀ ସାହୁ, ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଯୋଗେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ।

ବଲାଙ୍ଗୀରର ୩୧୩ଟି ପଞ୍ଚାୟତରେ ୪୪ଟି ଲକ୍ଷ୍ମୀ ବସ୍ ଚାଲିଥିବା ବେଳେ ଏଥିରେ ୧୬.୫୦ ଲକ୍ଷ ଲୋକଙ୍କୁ ଫାଇଦା ମିଳିବ। ବରଗଡ଼ର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍ ଓ ୧୪ ଲକ୍ଷ ୨୨ ହଜାର ଲୋକ, ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍ ଚାଲିଥିବା ବେଳେ ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ମୟୂରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ରେ ୨୪ ଲକ୍ଷ ୨୦ ହଜାର ଓ ସୁନ୍ଦରଗଡ଼ର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍ ଚଳାଚଳ କରିଛି। ଏଥିରେ ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛି। ରାଜ୍ୟବ୍ୟାପୀ ଏହି ଯୋଜନାରେ ୧୦୦୦ରୁ ଅଧିକ ବସ୍ ଚାଲିବ। ମିସନ ଶକ୍ତି ମା’ମାନଙ୍କୁ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button