ଖେଳ ଖବର

ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ବୁମରା ଅଧିନାୟକ – bajravana

[ad_1]

ମୁମ୍ବାଇ : ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍ ର ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରା ରହିବେ । ତେବେ ଏହି ସିରିଜରେ ଟିମ ଇଣ୍ଡିଆର ପ୍ରମୁଖ ଖେଳା​ଳି ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜା, ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇଛି । ପୁଣି ଦଳ ସହିତ ନିୟମିତ କୋଚ୍ ରାହୁଲ ଦ୍ରାବିଡ଼ ରହିବେ ନାହିଁ । ତାଙ୍କ ସ୍ଥାନରେ ସୀତାଂଶୁ କୋଟାକ କୋଚ୍ ଦାୟିତ୍ବ ତୁଲାଇବେ ।

ରାହୁଲ ଦ୍ରାବିଡ଼ଙ୍କ ସମେତ ବାକି କୋଚିଂ ଷ୍ଟାଫ୍ ସଦସ୍ୟଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ରାହୁଲ ଦ୍ରାବିଡ଼ ଏସିଆ କପ୍ ପାଇଁ କୋଚ୍ ଭାବେ ଟିମ୍ ଇଣ୍ଡିଆରେ ସାମିଲ ହେବେ। ସେହିପରି ଭିଭିଏସ୍ ଲକ୍ଷ୍ମଣ ବାଙ୍ଗାଲୋରସ୍ଥିତ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀର ଇମର୍ଜିଂ କ୍ୟାମ୍ପରେ ଅଂଶଗ୍ରହଣ କରିବେ। ଏହି ସମୟରେ ସେ ଯୁବ ଖେଳାଳିଙ୍କ ଦକ୍ଷତା ପରୀକ୍ଷା କରିବେ। ଭାରତ-ଆୟର୍ଲାଣ୍ଡ ସିରିଜ୍ ଅଗଷ୍ଟ ୧୮ରୁ ଖେଳାଯିବ। ଏହି ସିରିଜରେ ଭାରତ ୩ଟି ଟି-୨୦ ମ୍ୟାଚ ଖେଳିବ ।

ଭାରତୀୟ ଦଳ : ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଇକ୍ୱାଡ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ (ୱିକେଟକିପର), ଜିତେଶ ଶର୍ମା (ୱିକେଟକିପର), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଆବେଶ ଖାନ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button