ଖେଳ ଖବର

ସିଲି ପଏଣ୍ଟ୍‌: ରନ୍ଥାମ୍ଭୋର୍ ଜାତୀୟ ଉଦ୍ୟାନରେ ଗୁଜରାଟ ଟାଇଟନ୍ସ – bajravana

[ad_1]

ଶାହରୁଖଙ୍କୁ ଚାହାନ୍ତି ବଟଲର୍‌

ଘରୋଇ ରାଜସ୍ଥାନ ରୟାଲ୍ସକୁ ଗତ ୧୦ ତାରିଖରେ ରୋମାଞ୍ଚକର ଭାବେ ୩ ୱିକେଟ୍‌ରେ ହରାଇବା ପରେ ଗୁଜରାଟ ଟାଇଟନ୍ସ ଦଳର ଖେଳାଳିମାନେ ବିଶ୍ବ ପ୍ରସିଦ୍ଧ ରନ୍ଥ‌ାମ୍ଭୋର୍ ଜାତୀୟ ଉଦ୍ୟାନ ଭ୍ରମଣରେ ଯାଇଥିବା ଦେଖିବାକୁ ମିଳିଛି। ସେମାନେ ବାଘ ସଫାରି ଯାଇଥିବାର ଫଟୋ ଦଳର ତାରକା ସ୍ପିନର୍‌ ରସିଦ୍ ଖାନ୍ ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ମହାବଳ ବାଘକୁ ଅତି ନିକଟରୁ ଦେଖିବାର ଉତ୍ସାହକୁ ଜାହିର କରିବାକୁ ଯାଇ ସେ ଲେଖିଛନ୍ତି ଯେ ବାଘ ଆଗରେ… ଆମେ ବାଘ ପଛରେ, ରନ୍ଥ‌ାମ୍ଭୋର୍ ଉଦ୍ୟାନରେ ବହୁତ ମଜା ଆସିଲା। ଦ୍ରୁତ ବୋଲର ଜୋସ୍ ଲିଟିଲ ମଧ୍ୟ ଦଳର ଏହି ମଉଜ ମଜଲିସର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତାଙ୍କ ଫଟୋରେ କେନ୍ ୱିଲିୟମସନ୍ ଖୋଲା ଜିପ୍‌ରେ ବସି ବାଘ ସଫାରିକୁ ଯାଉଥିବାର ଦୃଶ୍ୟକୁ କ୍ୟାମେରା ‌ତୋଳି ଧରିଛି।

ଶାହରୁଖଙ୍କୁ ଚାହାନ୍ତି ବଟଲର୍‌

ରାଜସ୍ଥାନ ରୟାଲ୍ସର ଦୁଇ ଖେଳାଳି ଜୋସ୍‌ ବଟଲର୍‌ ଓ ଟ୍ରେଣ୍ଟ ବୋଲ୍ଟ ପରସ୍ପରର ସାକ୍ଷାତକାର ନେଉଥିବା ସମୟର ଏକ ଭିଡିଓକୁ ଦଳ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋ‌ଷ୍ଟ କରାଯାଇଛି। ଯଦି ବାୟୋପିକ୍ ନିର୍ମାଣ କରାଯାଏ, ତାହେଲେ ତୁମ ଭୂମିକାରେ କେଉଁ ବଲିଉଡ୍‌ ଅଭିନେତା ଅଭିନୟ କରିପାରିବେ ବୋଲି ବଟଲର୍‌ଙ୍କୁ ବୋଲ୍ଟ ପ୍ରଶ୍ନ କରିଥିଲେ। ଏହାର ଜବାବରେ ବଟଲର୍‌ ‘ଶାହରୁଖ ଖାନ୍‌’ଙ୍କୁ ବାଛିଥିଲେ। ସେହିପରି ବାଜ୍‌ବଲ୍‌ ଓ ଜୈସବଲ୍‌ ଭିତରୁ ଜଣକୁ ବାଛିବାକୁ କୁହାଯାଇଥିଲା ବେଳେ ସେ ଦ୍ବିତୀୟଟିକୁ ବାଛିଥିଲେ। ଆଇପିଏଲ୍‌ରେ‌ ଖେଳୁଥିବା ଆଫଗାନ କ୍ରିକେଟର ରସିଦ ଖାନ୍‌ଙ୍କୁ ବଟଲର୍‌ ତାଙ୍କ ଦଳରେ ନେବାକୁ ପସନ୍ଦ କରିବେ ବୋଲି ଅନ୍ୟ ଏକ ଉତ୍ତରରେ କହିଥିଲେ। ସେହିପରି ବୋଲ୍ଟ ଯଦି କ୍ରିକେଟର୍‌ ହୋଇନଥାନ୍ତେ, ତାହେଲେ ପୋଷ୍ଟମ୍ୟାନ୍‌ ହୋଇଥାନ୍ତେ ବୋଲି ତାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖିଥିଲେ। ସେହିପରି ଭାରତୀୟଙ୍କ ମଧ୍ୟରେ କେ‌ଏଲ୍‌ ରାହୁଲ୍‌ ତାଙ୍କର ପସନ୍ଦର ଖେଳାଳି ଏବଂ ବିରାଟ କୋହଲିଙ୍କ କଭର୍‌ ଡ୍ରାଇଭ୍‌ ତାଙ୍କୁ ବହୁତ ଭଲ ଲାଗିଥାଏ ବୋଲି କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button