ଖେଳ ଖବର

ଡାଏମଣ୍ଡ ଡକ୍‌ ହେବାରେ ଋତୁରାଜ ତୃତୀୟ ଭାରତୀୟ – bajravana

[ad_1]

ବିଶାଖାପାଟଣା: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ୍‌ ଡାଏମଣ୍ଡ୍‌ ଡକ୍‌ (୦) ହୋଇଥିଲେ। ଏପରି ହେବାରେ ସେ ତୃତୀୟ ଭାରତୀୟ ହୋଇଛନ୍ତି। ଅଷ୍ଟ୍ରେଲିଆର ୨୦୮ ରନ୍‌କୁ ପିଛା କରୁଥିବା ବେଳେ ଋତୁରାଜ ପ୍ରଥମ ଓଭରରେ ହିଁ ଆଉଟ୍‌ ହୋଇଯାଇଥିଲେ। ଯଶସ୍ବୀ ଜୟସ୍ବାଲ୍‌ଙ୍କ ସହିତ ଭୁଲ ବୁଝାମଣା କାରଣରୁ ସେ ରନ୍‌ଆଉଟ୍‌ ହୋଇଯାଇଥିଲେ। ଏହାଦ୍ବାରା ଅମିତ ମିଶ୍ରା ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ପରେ ଋତୁରାଜ ତୃତୀୟ ‌ବ୍ୟାଟର୍‌ ଭାବେ କୌଣସି ବଲ୍‌ର ସାମ୍ନା ନକରି ଆଉଟ୍‌ ହୋଇଥିଲେ। ୨୦୧୬ ଫେବ୍ରୁଆରି ୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ପୁଣେରେ ଖେଳାଯାଇଥିବା ମ୍ୟାଚ୍‌ରେ ବୁମ୍‌ରା କୌଣସି ବଲ୍‌ର ସାମ୍ନା କରିନଥିଲା ବେଳେ ରନ୍‌ ଆଉଟ୍‌ ହୋଇଥିଲେ। ସେହିପରି ୨୦୧୭ ଜାନୁଆରିରେ ନାଗପୁରରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅମିତ୍‌ ଏହିପରି ଭାବେ ଆଉଟ୍‌ ହୋଇଥିଲେ।

କେବଳ ଋତୁରାଜ ନୁହଁନ୍ତି, ଅର୍ଶଦୀପ ସିଂହ ମଧ୍ୟ ଉକ୍ତ ମ୍ୟାଚ୍‌ରେ କୌଣସି ବଲ୍‌ର ସାମ୍ନା ନକରି ରନ୍‌ଆଉଟ୍‌ ହୋଇଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଭାରତୀୟ କ୍ରିକେଟ୍‌ରେ ‌୨୨ ଜଣ ଏହି ଧରଣର ଆଉଟ୍‌ ହୋଇଛନ୍ତି। ଉପରୋକ୍ତ ଖେଳାଳିଙ୍କ ବାଦ୍‌ ବିଶନ ସିଂହ ବେଦୀ, ରୋଜର ବିନ୍ନି, ଅଂଶୁମାନ ଗାଏକ୍ବାଡ, ଚେତନ ଶର୍ମା, ଭେଙ୍କଟପତି ରାଜୁ, ଜଭାଗାଲ ଶ୍ରୀନାଥ, ଆବେ କୁରୁଭିଲା, ରାଜେଶ ଚୌହାନ, ନ‌ଭଜୋତ ସିଂହ ‌ସିଦ୍ଧୁ, ଏମ୍‌ଏସ୍‌କେ ପ୍ରସାଦ, ହରଭଜନ ସିଂହ, ରାହୁଲ ‌ଦ୍ରାବିଡ଼, ଏସ୍‌ ଶ୍ରୀଶାନ୍ତ, ଜାହିର ଖାନ୍‌, ରାହୁଲ ଦ୍ରାବିଡ଼, ବିରାଟ କୋହଲି, ଭୁବନେଶ୍ବର କୁମାର ଓ ଉମେଶ ଯାଦବ ଡାଏମଣ୍ଡ ଡକ୍‌ର ଶିକାର ହୋଇଛନ୍ତି। ଋତୁରାଜ କିନ୍ତୁ ଟ୍ବେଣ୍ଟି-୨୦ରେ ଡାଏମଣ୍ଡ୍‌ ଡକ୍ ପାଇବାରେ ତୃତୀୟ ଭାରତୀୟ ବ୍ୟାଟର୍ ହୋଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button