ଓଡିଶା

ଆଗରୁ ହୋଇଥିଲା ଯୋଜନା, ଆଜି ହେଲା ଘୋଷଣା! – bajravana

[ad_1]

ଭୁବନେଶ୍ୱର: ବାସି ପ୍ଲାନ, ତାଜା ଘୋଷଣା | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ବିଜେଡି ନେତାଙ୍କ ବୟାନ କିଛି ଏହି ଆଡକୁ ଇସାରା କରୁଛି | ବାସ୍ତବରେ ଗତ ୧୨ ତାରିଖରେ ବିଜେଡି ଉପସଭାପତି ପଦରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଢ଼ାଯିବା ପରେ ସେଦିନ ଦଳର ମୁଖପାତ୍ର ଲେନିନ ମହାନ୍ତି ଧମକ ଦେଇଥିଲେ ଯେ ସୌମ୍ୟ ସୁଧୁରିଯାଆନ୍ତୁ, ନହେଲେ ଯାହା ହେବା କଥା ହେବ | ଆଜି ସୌମ୍ୟଙ୍କୁ ବହିଷ୍କାର କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନର ଧମକ ସେଦିନ ଲେନିନ ଦେଇଥିଲେ କି ବୋଲି ଚର୍ଚ୍ଚା ଜୋର ଧରିଛି | କୁହାଯାଉଛି ଯେ ଦଳରୁ ବହିଷ୍କାର ପାଇଁ ଆଗରୁ ପ୍ଲାନ ପ୍ରସ୍ତୁତ ସରିଥିଲା | ତେବେ ପ୍ରଶ୍ନ ଉଠୁଛି ଯଦି ସେବେଠାରୁ ଯୋଜନା ସରିଥିଲା, ତେବେ ଆଜିଯାଏଁ କାହିଁକି ଡ୍ରାମା ଚାଲିଥିଲା |

ସେଦିନ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଧମକ ଦେଇଥିଲେ ଯେ ଉପସଭାପତି ପଦରୁ ବରଖାସ୍ତ କରାଯାଇଛି। ମୋତେ ତ ଲାଗୁଛି ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେ ନିଜକୁ ସୁଧାରି ନିଅନ୍ତୁ ନହେଲେ ଯାହା ହେବା କଥା ହେବ। ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ଯେହେତୁ ସୌମ୍ୟଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତି ଜନସମର୍ଥନ ବଢୁଛି, ଠିକ ସେଥିପାଇଁ ନିଜ ସ୍ଵଛ ଭାବମୂର୍ତ୍ତି ବାବଦରେ ଦେଖେଇବା ପାଇଁ ସୁପ୍ରିମୋ ଆଜି ବାଧ୍ୟ ହୋଇ ବହିଷ୍କାରର ଘୋଷଣା କରିଛନ୍ତି | ଅନ୍ୟପଟେ ସମ୍ବାଦ ଭବନରେ ବିନା ୱାରେଣ୍ଟରେ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ତଦନ୍ତ ସରିବା ପୂର୍ବରୁ ଦୋଷୀ ସଜାଇବାକୁ ଇଓଡବ୍ଲୁର ଉଦ୍ୟମ ଜଳଜଳ ହୋଇ ଦେଖାଯାଉଛି । ସନ୍ଦେହରେ ଇଓଡବ୍ଲୁର ବିଶ୍ୱସନୀୟତା ଥିବାବେଳେ ପ୍ରଶ୍ନ ଉଠୁଛି ଯେ କାହା ଇସାରାରେ କାମ କରୁଛି ଇଓଡବ୍ଲୁ? ଆଉ ପଛରେ ଥାଇ କିଏ ନିର୍ଦ୍ଦେଶ ଦେଉଛି ?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button