ଓଡିଶା

ସୌମ୍ୟ ଏକା ନୁହେଁ, ରାଧାନାଥ ଓ ହରେକୃଷ୍ଣ ମହତାବ ବି ଲେଖୁଥିଲେ : ଦାମ – bajravana

[ad_1]

ଭୁବନେଶ୍ୱର: ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ ରାଜନେତା ଡା.ଦାମୋଦର ରାଉତ। ଦାମୋଦର କହିଛନ୍ତି, ସୌମ୍ୟରଞ୍ଜନ ‘ସମ୍ବାଦ’ରେ ଯାହା ଲେଖିଛନ୍ତି, ବିଜେଡି ବିଧାୟକ ଭାବରେ ଲେଖିନାହାନ୍ତି। ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ। ସେପଟେ ଶ୍ରୀ ରାଉତ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି | ଅନୁଭବ ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି ସେ ଟିପ୍ପଣୀ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଡା.ରାଉତ କହିଛନ୍ତି, ବିଜେଡିର ଖଣ୍ଡପଡ଼ା ବିଧାୟକ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। କିନ୍ତୁ ସମ୍ୱାଦପତ୍ରର ସମ୍ପାଦକ ହିସାବରେ ସେ ସମ୍ପାଦକୀୟ ଲେଖିଛନ୍ତି ।

ତେଣୁ ସେ ଗଣମାଧ୍ୟମର ପ୍ରତିନିଧି ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ଖଣ୍ଡପଡ଼ା ବିଧାୟକ ଭାବେ ସେ କିଛି ଲେଖିନାହାନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି। ଦାମୋଦର କହିଛନ୍ତି ଯେ ପୂର୍ବରୁ ରାଧାନାଥ ରଥ ସମାଜର ସମ୍ପାଦକ ଥିବାବେଳେ ଆଠଗଡର ବିଧାୟକ ଥିଲେ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ | ପ୍ରତି ଶନିବାର ଦିନ ସେ ସମାଜରେ ‘ଝିଟିପିଟି କହେ’ ନାମରେ ଏକ ସ୍ତମ୍ଭ ଲେଖୁଥିଲେ | ତତ୍କାଳୀନ ସମୟରେ ଦୁର୍ନୀତି ଓ ସମସ୍ୟାକୁ ସେ ନିଜ ସ୍ତମ୍ଭରେ ଉଲ୍ଲେଖ କରୁଥିଲେ | ସେହିପରି ଡ଼. ହରେକୃଷ୍ଣ ମହତାବ ପ୍ରମୁଖ ନେତା ଥିଲେ | କିନ୍ତୁ ପ୍ରତି ଗୁରୁବାର ଦିନ ପ୍ରଜାତନ୍ତ୍ରରେ ’ଗାଁ ମଜଲିସ’ ନାମକ ସ୍ତମ୍ଭ ଲେଖୁଥିଲେ | ସେଥିରେ ସମସାମୟିକ ଜନସମସ୍ୟା, ଶାସନରେ ଦୁର୍ନୀତି, ଅମଲାତନ୍ତ୍ର୍ରର କାରସାଦି ବାବଦରେ ଲେଖୁଥିଲେ | ଯାହାକୁ ପଢି ପାଠକ ମନରେ ନିଆଁ ଲାଗିଯାଉଥିଲା |

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହେଉଛି ଗଣମାଧ୍ୟମ। ଏଣୁ ସୌମ୍ୟରଂଜନଙ୍କ ଲେଖାକୁ ନେଇ ରାଜନୀତି କରା ନଯାଉ ବୋଲି ସେ ମତ ରଖିଛନ୍ତି। ଉଳ୍ଲେଖଯୋଗ୍ୟ, ଅଗଷ୍ଟ ୨୭ ତାରିଖରେ ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ସଂପଦକୀୟ ଲେଖି ୫-ଟି ସଚିବଙ୍କ ଜିଲ୍ଲା ଗସ୍ତରେ କିଭଳି ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି ଓ ତାହା କିଭଳି ଗାଣତାନ୍ତ୍ରୀକ ବ୍ୟବସ୍ଥାର ପରିପନ୍ଥୀ ତାହା ଉଜାଗର କରିଥିଲେ। ଏହା ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ଶ୍ରୀ ପଟ୍ଟନାୟକ ‘ଜନ୍ମଦିନର ଅନୁଚିନ୍ତା’ ଶୀର୍ଷକ ସଂପାଦକୀୟରେ ଏହି ପ୍ରସଙ୍ଗ ଉପରେ ନିଜର ଶାଣିତ ମନ୍ତବ୍ୟ ରଖିଥିଲେ। ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚା ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button