ଜ୍ୟୋତିଷ

ଘରର ଏହି ଦିଗରେ ରଖନ୍ତୁ ନାହିଁ ପାଇଖାନା; ନଚେତ ଘରକୁ ଆସିବ ମହାବିପଦ…

ଗୃହନିର୍ମାଣ କରିବାର ସମୟରେ ବାସ୍ତୁଶାସ୍ତ୍ର ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଏ। ବର୍ତ୍ତମାନ ସମୟରେ ଯେଉଁମାନେ ବସ୍ତୁବିଦ୍ୟାର ମହତ୍ତ୍ୱକୁ ବୁଝନ୍ତି ନାହିଁ। ଯଦି ବାସ୍ତୁତ୍ରୁଟି ରହିଯାଇଛି ତେବେ ଗୃହରେ ବସବାସ କଲାପରେ ଯେତେବେଳେ ବିଭିନ୍ନ ଅପ୍ରାକୃତିକ ଭାବରେ ସମସ୍ୟାମାନ ଦେଖାଦେଇଥାଏ, ସେତେବେଳେ ବିଶ୍ୱାସ ନ କରୁଥିବା ଲେକମାନେ ମଧ୍ୟ ବାସ୍ତୁବିତ୍‌ଙ୍କ ସାହାଯ୍ୟ ନେଇଥାନ୍ତି।

ଏହିପରି ଏକ ବହୁତ ବଡ଼ ବାସ୍ତୁତ୍ରୁଟି ଅନେକ ଯାଗାରେ ଦେଖିବାକୁ ମିଳୁଛି ତାହା ହେଉଛି ଐଶାନ୍ୟ କୌଣରେ ପାଇଖାନା। ଅନେକ ଯାଗାରେ ଏହା ମଧ୍ୟ ଦେଖାଯାଇଛି ଯେ ନ ଜାଣି ଐଶାନ୍ୟ କୋଣରେ ପାଇଖାନା ତ କରିଦେଇଛନ୍ତି ପଛରେ ନିଜର ଭୁଲ୍ ଜାଣିପାରି ବାସ୍ତୁଶାସ୍ତ୍ରବିତ୍‌ଙ୍କ ପରାମର୍ଶ ନନେଇ ସେହି ପାଇଖାନାର ବ୍ୟବହାର ବନ୍ଦ କରିଦେଉଛନ୍ତି ଏବଂ ଭାବୁଛନ୍ତି ଏହା ଠିକ ହୋଇଗଲା। ‘ଅଳ୍ପବିଦ୍ୟା ଭୟଙ୍କର’ ପରି ଏହିପରି କାମ ମଧ୍ୟ ଗୃହପାଇଁ ମାରାତ୍ମକ ହୋଇଥାଏ।

ଏହିପରି ସ୍ଥିତିରେ ଗୃହର ପ୍ରଗତି ଓ ସମୃଦ୍ଧିରେ ସବୁବେଳେ ବାଧା ଉପୁଜିଥାଏ। ଏହା ସହିତ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟ ଗୃହବାସୀଙ୍କୁ ହୋଇଥାଏ। ତେବେ ଏହାକୁ ସମ୍ପୁର୍ଣ୍ଣ ଭାଙ୍ଗିଦେବା ହିଁ ଏହାର ଏକମାତ୍ର ପ୍ରତିକାର, ଖାଲି ବନ୍ଦକରି ରଖିଦେଲେ ପ୍ରତିକାର ହୁଏ ନାହିଁ।

ଯଦି ସମ୍ଭବ ହେଉ ନାହିଁ ତେବେ ପାଇଖାନାକୁ ସମ୍ପୁର୍ଣ୍ଣ ବନ୍ଦ କରି ଏହାକୁ ପରିବର୍ତ୍ତନ କରି ସେହିସ୍ଥାନକୁ କେବଳ ସ୍ନାନଘର ଭାବରେ ବ୍ୟବହାର କଲେ କିଛି ଦୋଷର ସମାଧାନ ହୋଇଥାଏ, କିନ୍ତୁ ଏହା ସମ୍ପୁର୍ଣ୍ଣ ପ୍ରତିକାର ନୁହେଁ। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ ଐଶାନ୍ୟ କୋଣରେ ଯଦି ପାଇଖାନା ଅଛି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରନ୍ତୁ। ଐଶାନ୍ୟ କୋଣର ଏହି ଦୋଷର ପ୍ରତିକାର ପରେ ନିଜେ ଗୃହବାସୀମାନେ ଏହାର ଶୁଭଫଳ ଅନୁଭୁତି କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button