ଦେଶ ବିଦେଶ

କିସ୍ କରିବା ଦ୍ୱାରା ଗଳାରେ ବ୍ୟାପୁଛି ସଂକ୍ରମଣ। ଲିଭର ହୋଇପାରେ ଅକାମୀ! ରୋମାନ୍ସ ବେଳେ ସାବଧାନ ମାତୁଛି ଭାଇରସ୍…

‘କିସିଂ ଡିଜିଜ୍’ ବା ଗ୍ଲାଣ୍ଡୁଲାର ଫିଭର ବିଭିନ୍ନ ରାଷ୍ଟ୍ର ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ଏପଷ୍ଟିନ-ବାର୍ ନାମକ ଏକ ଭାଇରସ ଦ୍ୱାରା କିସିଂ ଡିଜିଜ୍ ମଣିଷ ଦେହରେ ବ୍ୟାପିଥାଏ । ଏହାପରେ ସଂକ୍ରମିତ ବ୍ୟକ୍ତିଙ୍କ ଲାଳରୁ ଏହା ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଦେଇଥାଏ । ଏହାବଏକ ସଂକ୍ରାମକ ବିମାରୀ। ତେବେ ବ୍ରିଟେନରେ ଏହି ଭାଇରସରେ ସଂକ୍ରମିତ ହୋଇ ଜଣେ କଲେଜ ଷ୍ଟୁଡେଣ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ମଣିଷର ଲାଳ ଜରିଆରେ ଏହା ଶରୀର ମଧ୍ୟରେ ପ୍ରବେଶ କରୁଥିବାରୁ ଏହାକୁ କିସିଂ ଡିଜିସ୍ କୁହାଯାଏ । କିସିଂ ଡିଜିର ସବୁଠାରୁ ଅଧିକ ପ୍ରଭାବ ଲିଭର ଉପରେ ପଡ଼ିଥାଏ । ଏହା ଦ୍ୱାରା ଲିଭର ଫେଲୁଅର ଓ ହେପାଟାଇଟିସ୍ ମଧ୍ୟ ହୋଇପାରେ । ତେଣୁ ସେଥିପାଇଁ ହାଇଜିନ ମେଣ୍ଟେନ୍ନ କରିବା ସହିତ ଅନ୍ୟ ନିୟମ ପାଳନ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଏହି ରୋଗ କିପରି ବ୍ୟାପେ?

କିସ୍ କରିବା, ଖାସିବା, ଛିଙ୍କିବା, ଗୋଟିଏ ଚାମଚରେ ଏକାଠି ଖାଇବା, ଗୋଟିଏ ସିଗାରେଟକୁ ସେବନ କରିବା, ଗୋଟିଏ ଗ୍ଲାସରେ ପାଣି ପିଇବା, ଗୋଟିଏ ଷ୍ଟ୍ର’ରେ ପାନୀୟ ପିଇବା ଦ୍ୱାରା ଏହି ଭାଇରସ୍ ସଂକ୍ରମଣ ବଢ଼ିଥାଏ ।

ଏହାର ଲକ୍ଷଣ :

ଏହି ଭାଇରସ ଶରୀରରେ ପ୍ରବେଶ କରିବା ପରେ ସର୍ବପ୍ରଥମେ ଗଳାରେ ତା’ର ପ୍ରଭାବ ଦେଖିବାକୁ ମିଳିଥାଏ । ଖାସ ହେବା ସହିତ ଗଳା ଖରାପ ହୋଇଥାଏ ଓ ଟନସିଲ ହେବା ଅନୁଭବ ହୋଇଥାଏ । ବ୍ୟକ୍ତିକୁ ଗଳା ଯନ୍ତ୍ରଣା ହୋଇଥାଏ ଓ ତାଙ୍କୁ ଗ୍ଲାଣ୍ଡୁଲାର ଜ୍ଵର ହୋଇଥାଏ । ଏହି ଜ୍ଵରରେ ଗଳାର ଗ୍ରନ୍ଥିରେ ଫୁଲା ଦେଖିବାକୁ ମିଳିଥାଏ । ଏହାପରେ ବାନ୍ତି ହୋଇଥାଏ ଓ ବାରମ୍ବାର ଝାଳ ବହିଥାଏ । ପରେ ଅତ୍ୟଧିକ ଜ୍ଵର ହେବା ସହିତ ମୁଣ୍ଡ ଓ ଶରୀରରେ ଯନ୍ତ୍ରଣା ହୋଇଥାଏ । ଏଥିସହିତ ଭୋକ ମରିଯିବା, ଲିଭରେ ଯନ୍ତ୍ରଣା ହେବା ମଧ୍ୟ ଏହାର ଗୋଟିଏ ଗୋଟିଏ ଲକ୍ଷଣ।

Related Articles

Leave a Reply

Your email address will not be published. Required fields are marked *

Back to top button