ଜ୍ୟୋତିଷଦେଶ ବିଦେଶ

ଠାଣେ: ଚିପ୍ସ କମ୍ପାନୀରେ ଭୟଙ୍କର ନିଆଁ, ଲଗାତାର ହେଉଛି ସିଲିଣ୍ଡର ବିସ୍ଫୋରଣ

ମହାରାଷ୍ଟ୍ରର ଠାଣେରେ ଏକ ଚିପ୍ସ କମ୍ପାନୀରେ ଭୟଙ୍କର ନିଆଁ ଲାଗିଛି । ଠାଣେର ଓ୍ୱାଗଲେ ଇଷ୍ଟେଟ୍‌ ପରିସରରେ ଥିବା ଏକ ଚିପ୍ସ କମ୍ପାନୀରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଏଠାରେ ଲଗାତାର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେଉଛି ।

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ସମସ୍ତ ପ୍ରକାର ଉଦ୍ୟମ କରୁଛି ।

ନିଆଁ ଏତେ ଭୟଙ୍କର ରୂପ ଧାରଣ କରିଛି ଯେ କମ୍ପାନୀ ଆଖପାଖରେ ବହୁ ସଂଖ୍ୟକ ଝୁମ୍ପୁଡ଼ି ଥିବାରୁ ସେହି ଘରଗୁଡ଼ିକରେ ମଧ୍ୟ ନିଆଁ ଲାଗିବାର ଆଶଙ୍କା କରାଯାଉଛି ।

ଏହାପୂର୍ବରୁ ଠାଣେ ସହରରେ ଏକ ବ୍ୟବସାୟିକ ବିଲ୍ଡିଂରେ ନିଆଁ ଲାଗିଥିଲା । ବିଲ୍ଡିଂର ୧୧ତମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁ ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା । ବିଲ୍ଡିଂରୁ ପ୍ରାୟ ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button