ଦେଶ ବିଦେଶ

Eସଫଳ ହେବାର ଅଛିତ ଶୁକ୍ରାଚାର୍ଯ୍ୟଙ୍କ ନୀତି ଅନୁସାରେ ବେଶ୍ୟାଠାରୁ ଅବଶ୍ଯ ଶିଖନ୍ତୁ ଏହି କଥା

ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ଜଣେ ମହାନ ଜ୍ଞାନୀ ଓ ବେଦ ଗୁଡିକର ଜ୍ଞାତା ଥିଲେ । ଶୁକ୍ରାଚାର୍ଯ୍ୟ ଜଣେ ସେବକ ଠାରୁ ନେଇ ରାଜା ପର୍ଯ୍ୟନ୍ତ ସବୁ ମଣିଷ ଓ ପ୍ରାଣୀମାନଙ୍କ ପାଇଁ ନୀତି ଗୁଡିକର ରଚନା କରିଛନ୍ତି । ଏହି ନୀତି ଏତେ ପ୍ରଭାବଶାଳି ହୋଇଥାଏ କି ସ୍ଵୟଂ ଦେବତାମାନେ ବି ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ଆଚରଣ କରୁଥିଲେ । ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ନିଜର ନୀତି ଗୁଡିକରେ ମଣିଷକୁ କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ, ମିତ୍ର ଓ ଶତ୍ରୁକୁ କେମିତି ଚିହ୍ନିବେ, ସ୍ତ୍ରୀମାନଙ୍କୁ ସମାଜରେ କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ, ଗୋଟିଏ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବା ପାଇଁ କେଉଁ ସମସ୍ତ କଥା ଉପରେ ଧ୍ୟାନ ଦେବା ଉଚିତ ଏହିଭଳି ବିଷୟ ଉପରେ ବହୁତ ମହତ୍ଵପୂର୍ଣ୍ଣ ଜ୍ଞାନ ଦେଇଛନ୍ତି ।

ଯଦି ଆପଣ ଶୁକ୍ରାଚାର୍ଯ୍ୟଙ୍କ ନୀତିକୁ ଧ୍ୟାନର ସହ ଶୁଣିବେ ଓ ତାହାକୁ ନିଜ ଜୀବନରେ ପାଳନ କରିବେ ତେବେ ଆପଣଙ୍କୁ ସଫଳ ବ୍ୟକ୍ତି ହେବା ପାଇଁ କେହି ବି ଅଟକାଇ ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ଵାରା କୁହାଯାଇଥିବା କିଛି ନୀତି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଯଦି ଆପଣ ନିଜ ଜୀବନରେ ପାଳନ କରିବେ ତେବେ ଆପଣଙ୍କୁ କୌଣସି ଅନ୍ୟ ବ୍ୟକ୍ତି ସାମ୍ନାରେ ଭିକ ମାଗିବାକୁ ପଡିବ ନାହିଁ ।

ଶୁକ୍ରାଚାର୍ଯ୍ୟଙ୍କ ଶ୍ଳୋକ

ପରାଧୀନଂ ନୈବ କୁର୍ୟାର୍ତ ତରୁଣୀଧନ ପୁସ୍ତକମ ।

କୁନ୍ତ ଚେଲ୍ଲଭ୍ୟତେ ଦୈବାତ ଭ୍ରଷ୍ଟ ନଷ୍ଟ ବିମିର୍ଦିତମ ।

ଏହି ଶ୍ଳୋକରେ ଶୁକ୍ରାଚାର୍ଯ୍ୟ କହିଛନ୍ତି କି ଏହି ୩ଟି ଜିନିଷକୁ କେବେ ବି କାହା ପାଖରେ ଛାଡିବା ଉଚିତ ନୁହେଁ ।

ପତ୍ନୀ

ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ କୌଣସି ମନୁଷ୍ୟକୁ ନିଜର ଯବାନ ପତ୍ନୀକୁ କେବେ କୌଣସି ଅନ୍ୟ ବ୍ୟକ୍ତିଙ୍କ ସାହାରାରେ ଛାଡିବା ଉଚିତ ନୁହେଁ । ପତ୍ନୀ ଘରର ସମ୍ମାନ ହୋଇଥାନ୍ତି । ସେଥିପାଇଁ ପତ୍ନୀକୁ ସର୍ବଦା ସୁରକ୍ଷା ଦେବା ଉଚିତ । ଯଦି ଆପଣ ନିଜ ପତ୍ନୀକୁ ଅନ୍ୟ କାହା ପାଖରେ ଛାଡି ଦେଉଛନ୍ତି ତେବେ ସେ ଭ୍ରଷ୍ଟ ହୋଇପାରେ ।

ଏହା ଛଡା କେତେକ ପୁରୁଷ ଦ୍ଵିତୀୟ ସହରକୁ କାମ ପାଇଁ ଯାଇଥାନ୍ତି ଏମିତିରେ ସେମାନେ ନିଜର ପତ୍ନୀଙ୍କୁ ଏକୁଟିଆ ଛାଡି ଦିଅନ୍ତି । ଯାହାର ଭୟଙ୍କର ପରିଣାମ ତାଙ୍କ ସାମ୍ନାକୁ ଆସିଥାଏ । ଯଦି ଆପଣ ନିଜର ସ୍ତ୍ରୀ ଠାରୁ ଦୂରରେ ଅଛନ୍ତି ତେବେ ନିଜ ସ୍ତ୍ରୀକୁ ନିଜ ପାଖରେ ରଖନ୍ତୁ କିମ୍ବା ତାକୁ ନିଜର ମାତା ପିତାଙ୍କ ନିକଟରେ ଛାଡି ଯାଆନ୍ତୁ । ତାଙ୍କୁ କେବେ ବି ଏକୁଟିଆ ଛାଡନ୍ତୁ ନାହିଁ ।

ଧନ

ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ମନୁଷ୍ୟକୁ ନିଜର ଧନକୁ କେବେ ବି କୌଣସି ଅନ୍ୟ ବ୍ୟକ୍ତି ପାଖରେ ଛାଡିବା ଉଚିତ ନୁହେଁ । କାରଣ ଧନରେ ସେହି ନକରାତ୍ମକ ଶକ୍ତି ରହିଥାଏ ଯାହା କାହାର ବି ସ୍ଵଭାବ ବଦଳାଇ ପାରିବ । ଏହା ସହିତ ଯଦି ଆପଣ କାହାକୁ ଟଙ୍କା ଧାର ଦେଉଛନ୍ତି ତେବେ ଏହି କଥାର ବି ଧ୍ୟାନ ରଖନ୍ତୁ କି ସେହି ବ୍ୟକ୍ତି ଟଙ୍କା ଫେରାଇ ପାରିବ କି ନାହିଁ । ନଚେତ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ ।

ପୁସ୍ତକ

Related Articles

Leave a Reply

Your email address will not be published. Required fields are marked *

Back to top button