ଦେଶ ବିଦେଶ

ସ୍ତ୍ରୀ ସ୍ବାମୀର ନାମ କାହିଁକି ଧରିବା ଉଚିତ୍ ନୁହେଁ ?

ବନ୍ଧୁଗଣ ତେବେ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟ ରେ । ୧- ଲେମ୍ବୁ ରସ ସହିତ ସୋରିଷ ତେଲ ମିଶାଇ ଗୋଡ଼ରେ ମାଲିସ୍ କଲେ ଭଲ ନିଦ ହୋଇଥାଏ ।

 

୨- ଚୁଟି ପାଚୁଥିଲେ ହିଡିମିକା ଶାଗ ଦୁଇ ମାସ ଖାଇଲେ ଚୁଟି ପାଚିବା ବନ୍ଦ ହୋଇ ଯାଇଥାଏ ।

୩- ଶ୍ୱାସ ବଢି ଗଲେ ପାଚିଲା କଦଳିକୁ ଗରମକରି ଗୋଲ ମରିଚ ସହିତ ମିଶାଇ ଖାଇଲେ ଆରାମ ମିଳିଥାଏ ।

୪- କବାଟ କୁ କେବେ ଗୋଡ ମାରି ଖୋଲନ୍ତୁ ନାହିଁ କିମ୍ବା ବନ୍ଦ କରନ୍ତୁ ନାହିଁ କାରଣ ମାନସିକ ସ୍ଥିତି ବିଗିଡି ଯାଇଥାଏ ।

୫- ସ୍ତ୍ରୀ ଲୋକ ଘରର ଦୁଆର ମୁହଁ କୁ ଲାଗି କରି ବସି ଖାଇଲେ ଦରିଦ୍ରତା ବୃଦ୍ଧିହୁଏ ।

୬- ଝାଡୁ କୁ ଘରର ଦକ୍ଷିଣ ପଶ୍ଚିମ କୋଣ ରେ ରଖନ୍ତୁ କିମ୍ବା ଲୁଚାଇକି ରଖନ୍ତୁ ।

୭- ଠାକୁର ଘରେ କାଳି ,ସଂଜ ,ଭୈରବ ,ନଟରାଜ ମୂର୍ତି ରଖନ୍ତୁ ନାହିଁ ।

୮- ରୁଟି କରି ସାରିବା ପରେ ରୁଟି କେବେ ଗଣନ୍ତୁ ନାହିଁ ଏବଂ ହଟକେଶ କେବେ ଖାଲି ରଖନ୍ତୁ ନାହିଁ ।

୯- ଶିବଙ୍କୁ ପୂଜା କଲାବେଳେ କେବେ ସଙ୍ଖ ବଜାନ୍ତୁ ନାହିଁ । ସୂର୍ଯ୍ୟଙ୍କୁ ପାଣି ସମର୍ପଣ କଲାବେଳେ ତମ୍ବା ପାତ୍ର ର ବ୍ୟବହାର କରନ୍ତୁ ମଙ୍ଗଳ ହୋଇଥାଏ ।

୧୦- ବିବାହିତ ସ୍ତ୍ରୀ ଲୋକ ମାନେ ନିଜର କାଜଲ,ବିନ୍ଦି,ସିନ୍ଦୂର,ପାଉଁଜି ଓ ମେହେନ୍ଦି ଅନ୍ୟ କୁ ପିନ୍ଧାନ୍ତୁ ନାହିଁ ,କାରଣ ସ୍ବାମୀ ର ଆକର୍ଷଣ କମିଯାଏ ।

୧୧- ଲଡୁ ଓ ତୁଳସୀ ଦ୍ଵାରା ଶିବ ଠାକୁରକୁ ପୂଜା କରନ୍ତି ନାହିଁ ।

୧୨- ରାତିରେ ପଇଡ ଓ କଇଥ ଖାଆନ୍ତୁ ନାହିଁ ,ଏହା ଅମଙ୍ଗଳ ହୋଇଥାଏ ।

୧୩- ରାତି ସମୟରେ କେବେ ଅଶ୍ୱତ୍ଥ ଗଛ ତଳେ ସୁଅନ୍ତୁ ନାହିଁ ।

୧୪- ଗାଧେଇଲା ବେଳେ ସର୍ବଦା ପୂର୍ବ ଦିଗ କୁ ମୁହଁ କରିକି ଗାଧାନ୍ତୁ , ଏହା ମଙ୍ଗଳ ହୋଇଥାଏ ।

୧୫- ସୁବର୍ଣ୍ଣ ,ଭୂମି,କନ୍ୟା ଦାନ କଲେ ପୁରାତନ ବ୍ୟାଧ ଦୂର ହୋଇଯାଇଥାଏ ।

୧୬- କଣ୍ଠ ସ୍ୱର ମଧୁର କରିବାକୁ ହେଲେ କଅଁଳିଆ ମୂଳ ଖାଇବା ଉଚିତ ।

୧୭- ଧାତୁ ନଷ୍ଟ ହେଉଥିଲେ ଶୋଲା କୁ ପାଣି ରେ ଵତୁରେଇ ସାତ ଦିନ ଖାଇବା ଉଚିତ ।

୧୮- ମଙ୍ଗଳ ଦୋଷ ଥିଲେ ଆଦ୍ରନାଗସ୍ୟ ଙ୍କ ଫୋଟୋ ପୂଜା କଲେ ମଙ୍ଗଳ ଦୋଷ ଦୂର ହୋଇଥାଏ ।

୧୯- ଅର୍ଦ୍ଧ ନାରୀସ୍ୟର ସ୍ତୋତ୍ର ପୂଜା କଲେ ସନ୍ତାନ ପ୍ରାପ୍ତି କାମନା ପୁରଣ ହୋଇଥାଏ ।

୨୦- ସ୍ୱାମୀ ସ୍ତ୍ରୀ ଖାଇବା ବେଳେ ସ୍ତ୍ରୀ ସ୍ୱାମୀ ର ବାମ ପଟରେ ବସି ଖାଇବା ଉଚିତ ।

୨୧- ଝାଡୁ କାହା ଦେହ ରେ ବାଜିଲେ ଝାଡୁ ଛିଡାନ୍ତୁ ନାହିଁ ,ଏହାଦ୍ୱାରା ଲଷ୍ମୀ ଅସନ୍ତୋଷ ହୋଇଥାନ୍ତି ।

୨୨- ପୁଷ୍ୟ ନକ୍ଷେତ୍ରରେ ଦାନ ,ଜପ, ଓ ଧ୍ୟାନ କଲେ ବହୁତ ମଙ୍ଗଳ ହୋଇଥାଏ ।

୨୩- ଅଂଳା ଖାଇଲେ ଆୟୁଷ ବଢିଥାଏ ଏବଂ ଅଁଳା ରସ ଲଗେଇଲେ ଦରିଦ୍ରତା ଦୂର ହୋଇଥାଏ ।

୨୪- ମୁଣ୍ଡ ବିନ୍ଧା ହେଉଥିଲେ କାଖରେ ତକିଆ ଜାକି ସୋଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

୨୫- ଗାଧୋଇବା ଘରେ ଠାକୁର ମୂର୍ତି କିମ୍ଵା ଅଳିଆ ଡ଼ବା ରଖନ୍ତୁ ନାହିଁ ।

୨୬-ସ୍ତ୍ରୀ ସ୍ୱାମୀର ନାମ ଧରି ନ ଡାକିଲେ ସ୍ୱାମୀ ର ଲମ୍ବା ଆୟୁଷ ହୋଇଥାଏ ।

୨୭- ତମ୍ବାର ସୂର୍ଯ୍ୟ ମୂର୍ତି ରଖିଲେ ଅଶାନ୍ତି ଦୂର ହୋଇଥାଏ ।

୨୮- ଏକ ଆଖିଆ ନଡ଼ିଆ ଯଦି ମିଳେ ତେବେ ତାହାକୁ ଲାଲ କପଡାରେ ଗୁଡ଼ାଇ ଠାକୁର ଘରେ ରଖିଲେ ଶୁଭ ହୋଇଥାଏ ।

୨୯- ଛେଳି କାଲିଜା ଖାଇବା ଦ୍ଵାରା ଅନ୍ଧାରକଣା ରୋଗ ଭଲ ହୋଇଥାଏ ।

୩୦- ଛୋଟ ପିଲା ଙ୍କ ର କୃମି କମେଇବାକୁ ହେଲେ ନଡ଼ିଆ କତା କୁ ସିଝାଇ ତା ପାଣି ସେବନ କରନ୍ତୁ ।

୩୧- ପୁରୁଷ ଆଖି ପତା ରୁ ଚୁଟି କେବେ କାଟନ୍ତୁ ନାହିଁ ଆୟ କମିଯିବ

Related Articles

Leave a Reply

Your email address will not be published. Required fields are marked *

Back to top button