ସୁନା ଠାରୁ ବି ଅଧିକ ମହଙ୍ଗା ବଥୁଆ ଶାଗର ଫାଇଦା…ଶୁଣିଲେ ଆପଣ ବି ଆଜି ଠାରୁ ଖାଇବା ଆରମ୍ଭ କରିଦେବେ
ସୂଚନା ଅନୁସାରେ ଅନେକ ପ୍ରକାର ଶାଗ ରହିଥାଏ । ସବୁ ଖାଦ୍ୟ ଉପଯୋଗୀ ଶାଗ ଗୁଡିକର ଶରୀର ପାଇଁ ବହୁତ ମାତ୍ରାରେ ସ୍ଵାସ୍ଥକର ହୋଇଥାଏ । ଆଜି ଆପଣ ବଥୁଆ ଶାଗ ବିଷୟରେ ଆଲୋଚନା କରିବା । ବଥୁଆ ଶାଗ ପ୍ରାୟତଃ ସମସ୍ତେ ଜାଣିଥିବେ । ଆଜି ଏହାର ଶରୀର ପାଇଁ ଥିବା ଉପକାରୀତା ବିଷୟରେ ଜାଣିବାକୁ ପାଇବେ। ବଥୁଆ ଶାଗ ଶରୀରର ବହୁବିଧ ଉପକାର ସାଧିତ କରିଥାଏ । ଏହାକୁ ଦ୍ଵାରା ଶରୀରରେ ଅନେକ ପ୍ରକାର ଫାଇଦା ଦେଖିବାକୁ ମିଳିଥାଏ ।
ବଥୁଆ ଶାଗକୁ ଆପଣ ତରକାରୀ, ଭଜା, ରାଇତା ବା ପରଟା ଯେପରି ଖାଇପାରିବେ କିନ୍ତୁ ତେଲ ଓ ମସଲାର ପ୍ରୟୋଗ ଅଳ୍ପ ପରିମାଣରେ କରିବା ଉଚିତ । ଯାହା ଦ୍ଵାରା ଶାଗରେ ଥିବା ପୌଷ୍ଟିକତା ଶରୀରରେ ଦେଖିବାକୁ ମିଳିଥାଏ । ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ ସମସ୍ଯା ରହିଥାଏ । ତାଙ୍କ ମାନଙ୍କ ପାଇଁ ବଥୁଆ ଶାଗ ଏକ ବରଦାନ ରୂପେ କାର୍ଯ୍ୟ କରିଥାଏ। ଏହାକୁ ଆପଣ ରାଇତା କରି କିମ୍ବା ଦହି ସହ ମଧ୍ୟ ଖାଇପାରିବେ ।
ଧ୍ୟାନ ଦେବା ଏହା କି ଯେ ଏଥିରେ ଯେଉଁ ଲୁଣ ପକାଇବେ । ତାହା ସାଧାରଣ ଲୁଣ ନହୋଇ ସନ୍ଧବ ଲୁଣ ହୋଇଥିବା ଆବଶ୍ୟକ । ଯଦି ଏକ ସପ୍ତାହ ପର୍ଯ୍ୟନ୍ତ ବଥୁଆ ଶାଗର ସେବନ କରିବେ । ତେବେ କୋଷ୍ଠ କାଠିନ୍ୟ ସମସ୍ଯା ଆପଣନା ଠାରୁ ଗାୟବ ହୋଇଯିବ । ଯେଉଁ ମାନଙ୍କର ପେଟରେ କୃମି ହେଇଯାଇଥାଏ ।
ସେମାନେ ବଥୁଆ ଶାଗକୁ ଗ୍ରାଇଣ୍ଡିଙ୍ଗ କରି ତାହାର ରସ ପ୍ରସ୍ତୁତ କରିଦେବେ । ସେହି ରସରେ ସନ୍ଧବ ଲୁଣ ମିଶାଇ ବଡ ଲୋକ ହୋଇଥିଲେ ଏକ ଗ୍ଳାସ ଓ ଛୋଟ ପିଲା ହୋଇଥଲେ ଅଧ ଗ୍ଳାସ ସେବନ କରିପାରିବେ । ଯେଉଁ ମାନଙ୍କର ଦାନ୍ତ ଯନ୍ତ୍ରଣା ହେଉଥିବ, ଦାନ୍ତରେ ଝିମିଝିମାପଣ ବା ମୁହଁରୁ ଦୁର୍ଗନ୍ଧ ବାହାରୁ ଥିବ । ତେବେ ସେମାନେ ଯଦି ୪ ରୁ ୫ ବଥୁଆ ଶାଗର ପତ୍ର ନେଇ ତାହାକୁ ଚୋବାଇ ଖାଆନ୍ତି ।
ତେବେ ସେମାନଙ୍କର ପାଟିରେ ଥିବା ସବୁ ସମସ୍ଯା ଭଲ ହୋଇଯାଏ । ବଥୁଆ ଶାଗର ସେବନ ଦ୍ଵାରା ରକ୍ତ ପରିଷ୍କାର ହେବା ସହିତ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ । ଗ୍ଯାସ, ଏସିଡିଟି, କୋଷ୍ଠକାଠିନ୍ୟ, ଖାଦ୍ୟ ହଜମ ନହେବା ଏପରି କୌଣସି ସମସ୍ଯା ପାଇଁ ବଥୁଆ ଶାଗ ବରଦାନ ରୂପେ କାର୍ଯ୍ୟ କରିଥାଏ । ଯେଉଁ ଲୋକମାନଙ୍କର ୟୁରିନକୁ ନେଇ କିଛି ସମସ୍ଯା ରାହୁଥାଏ ।
ୟୁରିନ ସଂକ୍ରମଣ ହେବା ସହିତ ଜଳାପୋଡା ହେଉଥାଏ । ତେବେ ସେମାନଙ୍କ ପାଇଁ ମଧ୍ୟ ବଥୁଆ ଶାଗ ଖାଇବା ନିହାତି ଉଚିତ । ସେମାନେ ବଥୁଆ ଶାଗ ଆଣି ତାହାକୁ ଧୋଇ ତାହାକୁ ପାଣିରେ ଫୁଟାଇ ଦିଅନ୍ତୁ । ତାପରେ ସେହି ପାଣିରେ ସ୍ଵାଦ ଅନୁସାରେ ଲେମ୍ବୁ ଓ ସନ୍ଧବ ଲୁଣ ମିଶାଇ ସକାଳେ ଓ ସନ୍ଧ୍ୟା ସମୟରେ ଅଧ ଗ୍ଳାସ ସେବନ କରି ଦିଅନ୍ତୁ ।