ଜେଲରୁ ଆସିବା ପରେ ଘରେ ପହଞ୍ଚିଲେ ଅଲୁ ଅର୍ଜୁନ, ଭାବବହ୍ବଳ ହୋଇପଡିଥିଲେ ପତ୍ନୀ ଓ ପୁଅ
ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇଦ୍ରାବାଦ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ଥିଲେ ଅଲ୍ଲୁ । ଆଜି ସକାଳୁ ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଆଣିବା ପାଇଁ ଜେଲରେ ପହଂଚିଥିଲେ ତାଙ୍କ ବାପା ଓ ଶ୍ବଶୁର । ଅଲ୍ଲୁ ଅର୍ଜୁନଙ୍କ ଘର ସାମ୍ନାରେ ପୋଲିସ ଛାଉଣୀ ହୋଇଛି । ଗତକାଲି ଗିରଫ ହେବା ପରେ ଚଞ୍ଚଲଗୁଡ଼ା ଜେଲରେ ଥିଲେ ଅଲ୍ଲୁ । ଜାମିନ ମିଳିଥିଲେ ବି ଆଇନଗତ ପ୍ରକ୍ରିୟା ଶେଷ ହୋଇନଥିବାରୁ ଜେଲରୁ ବାହାରିପାରିନଥିଲେ ।
ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରିଛନ୍ତି । ଯେଉଁମାନେ ଏହି ବିଷୟରେ ଜାଣି ନାହାନ୍ତି ଆମେ ସେମାନଙ୍କୁ ଜଣାଇଦେଉଛୁ କି ଗତ ସପ୍ତାହରେ ପୁଷ୍ପା ୨ ଦ ରୁଲର ସ୍କ୍ରିନିଙ୍ଗ ସମୟରେ ଏକ ଅଘଟଣ ଘଟିଥିଲା । ଯାହା ଫଳରେ ଏକ ମହିଳାଙ୍କ ଦଳାଚକଟାରେ ଜୀବନ ଚାଲି ଯାଇଥିଲା । ଏହି ଘଟଣାରେ ଅଭିନେତା ଅଲୁଙ୍କୁ ଜେଲ ପଠାଇ ଦିଆଯାଇଥିଲା । ତେବେ ଏହି ଘଟଣାରେ ତେଲେଙ୍ଗାନା ହାଇ କୋର୍ଟରୁ ବେଲ ମିଳିବା ପରେ ଆଜି ସେ ଜେଲରୁ ମୁକୁଳିଛନ୍ତି । ଏହାପରେ ସେ ତାଙ୍କ ଫାନ୍ସ ମାନଙ୍କୁ ତାଙ୍କ ପାଇଁ ଚିନ୍ତା କରିଥିବାରୁ ଓ ତାଙ୍କ ସହ ରହିଥିବା ପାଇଁ ସମସ୍ତ ଫ୍ୟାନ୍ସ ମାନଙ୍କୁ ଧନବାଦ ଜଣାଇଥିଲେ ।
ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଅଲୁ ଅର୍ଜୁନଙ୍କ ସ୍ତ୍ରୀ ସ୍ନେହା ରେଡ୍ଡୀ ଘର ବାହାରେ ଦୁଇ ଛୁଆଙ୍କ ସହ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ । ଯେତେବେଳେ ଅଲୁ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ସ୍ତ୍ରୀ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହା ସହ ସେ ଭାବ ବିହ୍ବଳ ହୋଇ ପଡିଥିଲେ । ଏହି ଭିଡିଓକୁ ଦେଖି ଫାନ୍ସ ମାନେ ଖୁସି ହୋଇଥିଲେ । ଏହା ପୁର୍ବରୁ ଗତକାଲି ଅର୍ଥାତ ଶୁକ୍ରବାର ଦିନ ଯେତେବେଳେ ଅଲୁଙ୍କୁ ନିଜ ଘରୁ ଗିରଫ କରାଯାଇଥିଲା ସେହି ସେମୟରେ ଅଭିନେତା ନିଜ ପତ୍ନୀଙ୍କୁ ସାନ୍ତନା ଓ କିସ ଦେଉଥିବା ଦେଖିବାକୁ ମିଳିଥିଲା ।
ଏହାପରେ ସେ କଫି ପିଉଥିବା ଦେଖିବାକୁ ମିଳିଥିଲା । ସେହି ଭିଡିଓରେ ଅଭିନେତା ପୋଲିସଙ୍କୁ କିଛି କହୁଥିବାର ଦେଖିବାକୁ ମିଳିଥିଲା । ତାହା ହେଉଛି ଏବେ ଆମେ ଯାଇ ପାରିବା ସାର ବୋଲି ଅଲୁ ଅର୍ଜୁନ କହିଥିଲେ । ମୁଁ ମୋ କଫି ପିଇ ସାରିଛି । କିନ୍ତୁ ଯେତେବେଳେ ପୋଲିସ କହିଥିଲା କି ପୋଲିସଙ୍କ ସବୁ କଥାରେ ଅଲୁ ସମ୍ମାନ କରିଥିଲେ । ଅଲୁ କହିଥିଲେ କି ଯେତେବେଳେ ସେ ପୋଲିସଙ୍କୁ କହିଥିଲେ କି ସେ ଡ୍ରେସ ବଦଳେଇବାକୁ କହିଥିଲେ । ଏହା ସହ ଏକ ବ୍ୟକ୍ତିଙ୍କୁ ଉପରକୁ ପଠାଇ ପାରିବେ ବୋଲି କହିଥିଲେ । ମତେ ଭିତରକୁ ନେଇଯିବା ଖରାପ ନୁହେଁ । କିନ୍ତୁ ମୋ ବେଡରୁମ ଭିତରକୁ ଆସିବା ଉଚିତ ନଥିଲା ।