ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ
ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି । ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି । କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି । ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ବୃଦ୍ଧି ପାଇ ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୩ .୬୯ ପଇସା ରହିଛି । ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫. ୦୧ ଟଙ୍କା ୯୫ ପଇସା ଥିବାବେଳେ ଡିଜେଲ ଦର ୯୧ ଟଙ୍କା ୮୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୯ ପଇସା ରହିଛି ।
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।