ଦେଶ ବିଦେଶ

ସରକାର ଗଠନ ପରେ  ଚାଷୀଙ୍କୁ ମିଳିବ ଟଙ୍କା – bajravana

[ad_1]

ନୂଆଦିଲ୍ଲୀ,୦୩/୬ : ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିବ ଖୁସିଖବର। ପିଏମ୍‌ କିଷାନ ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା ।  ସରକାର ଗଠନ ହେବା ପରେ କୃଷକମାନଙ୍କୁ ମିଳିବାକୁ ଥିବା ୧୭ତମ କିସ୍ତି ଟଙ୍କା ଜାରି କରାଯାଇପାରେ । ପିଏମ୍‌ କିଷାନର ୧୬ତମ କିସ୍ତି ଫେବୃଆରୀରେ ଜାରି କରାଯାଇଥିଲା।  ପିଏମ୍‌ କିଷାନ ଯୋଜନାରେ ପଞ୍ଜୀକୃତ ପ୍ରତି କୃଷକ ପରିବାରକୁ ବର୍ଷକୁ ୬ ହାଜର ଟଙ୍କା ମିଳୁଛି । ତିନୋଟି କିସ୍ତିରେ ୨ ହଜାର ଲେଖାଏଁ ଚାଷୀଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇଥାଏ । ସାରା ଦେଶରେ ଲାଗୁ ହୋଇଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କୃଷକମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା । ଯାହାଫଳରେ ସେମାନେ କୃଷି ଜନିତ ଖର୍ଚ୍ଚ କରିପାରିବେ। ଯେଉଁ କୃଷକମାନଙ୍କ ନାମରେ ଜମି ରହିଛି ସେମନେ ଏହି ଯୋଜନାର ଲାଭ ଉଠାଇପାରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button