ଦେଶ ବିଦେଶ

ଜୀବନରେ ବିବାହ କରିବା ଦରକାର ନା ନୁହେଁ ! ବିବାହିତ ଜୀବନ ଭଲ ନା ଏକୁଟିଆ ଜୀବନ ଭଲ…ଥରେ ନିଶ୍ଚୟ ଦେଖନ୍ତୁ

। ସୂଚନା ଅନୁସାରେ ବିବାହ ଏକ ପବିତ୍ର ତଥା ମାଙ୍ଗଳିକ ସମ୍ପର୍କ । ଯେଉଁ ମାନେ ଏହି ସମ୍ପର୍କରେ ବାନ୍ଧି ହୋଇଛନ୍ତି । ସେମାନେ ଏକ ସାଂସାରିକ ଜୀବନରେ ବାନ୍ଧି ହୋଇଯାଇଛନ୍ତି । ଯେଉଁ ମାନେ ବିବାହ କରି ନାହାନ୍ତି କିମ୍ବା କରିବାକୁ ଯାଉଛନ୍ତି । ସେମାନେ ବିବାହ ପରର ଥିବା ସାଂସାରିକ ତଥ୍ୟ ବିଷୟରେ ଜାଣିନାହାନ୍ତି । ଆଜି ଆପଣ ମାନେ ଏହା ଜାଣିବାକୁ ପାଇବେ । ବିବାହ ଜୀବନ ଅଧିକ ସୁଖମୟ କି ବିବାହ କରିନଥିବା ମନୁଷ୍ୟଙ୍କର ଜୀବନ ଅଧିକ ସୁଖମୟ । ଗୋଟିଏ କାଉ ଥିଲା ।

 

ସେ ସର୍ବଦା ତାର କଳା ରଙ୍ଗ ଓ କର୍କଶ ସ୍ଵର ପାଇଁ ମନ ଖରାପ କରି ରହୁଥିଲା । ଏକଦା ସେହି କାଉ ସହିତ ଏକ ରୁଷିର ସାକ୍ଷାତ ହେଲା । କାଉର ଏପରି ଉଦାସ ଚେହେରା ଦେଖି ରୁଷି ଜଣଙ୍କ କାଉକୁ ପଚାରିଲା । କାଉ ଏପରି ମୁହଁ ଶୁଖାଇ ବସିଛୁ କଣ ପାଇଁ ? କାଉ କହିଲା ମୁ ମୋ ରୂପ ଓ ସ୍ଵର ପାଇଁ ଖୁସି ନାହିଁ । ଯଦି ମୁଁ ଏକ ମୟୂର ହୋଇପାରିଥାନ୍ତି । ତେବେ ମୁଁ ନିଜର ରୂପ ଓ ସୁନ୍ଦର ସ୍ଵର ପାଇଁ ସବୁବେଳେ ବହୁତ ଖୁସିରେ ରହିଥାନ୍ତି ।

ଆପଣଙ୍କ ପାଖରେ ତ ବହୁତ ଶକ୍ତି ଥିବ । ତେବେ ମୋତେ ଆପଣଙ୍କ ଶକ୍ତି ବଳରେ ଏକ ମୟୂର ରୂପ ପ୍ରଦାନ କରି ଦିଅନ୍ତୁ । ରୁଷି ଜଣଙ୍କ ସଙ୍ଗେ ସଙ୍ଗେ କହିଲେ, ତେବେ ମୁଁ ତୋତେ ଏକ ମୟୂର ହେବାର ବରଦାନ ଦେବୀ କିନ୍ତୁ ତୁ ପ୍ରଥମେ ମୟୂର ପାଖ କୁ ଯାଇ ତା’ ସହିତ ଟିକେ କଥା ବାର୍ତ୍ତା କରିକି ଆସେ । ତାପରେ ମୁଁ ତୋତେ ମୟୂର କରିଦେବି । ଏହା ପରେ କାଉଟି ମୟୂର ଥିବା ଚିଡିଆ ଖାନାକୁ ଗଲା ।

 

ସେଠାରେ ଦେଖିଲା ମୟୂର ନାଚୁଛି, ତା ପାଖରେ ଅନେକ ଲୋକ ଭିଡ ବାନ୍ଧି ତାକୁ ଦେଖିବା ସହିତ ତାର ଫୋଟ ଉଠାଉ ଛନ୍ତି । କାଉ ଏହା ଦେଖି ବହୁତ ଖୁସି ହୋଇଗଲା । କାଉ ମନେ ମନେ ଭାବିଲା ମୟୂରର କେତେ ସୁନ୍ଦର ଜୀବନ ଲୋକ ମାନେ ତାକୁ କେତେ  ଭଲ ପାଉଛନ୍ତି । କାଉ ମୟୂର ପାଖରୁ ଲୋକମାନେ ଫାଙ୍କା କରିବାର ଅପେକ୍ଷା କରିଲା ।

ଯେତେବେଳେ ଲୋକ ମାନେ ଫାଙ୍କା ହୋଇଗଲେ ସେ ଯାଇ ଦେଖିଲା ମୟୂରଟି ଦୁଃଖିତ ଅବସ୍ତାରେ କୋଣରେ ବସିଛି । କାଉ ଯାଇ ମୟୂରକୁ ପଚାରିଲା ମୟୂର ତମେ ତ ଏତେ ସୁନ୍ଦର ଓ ଲୋକ ମାନେ ତମକୁ ଏତେ ଭଲ ପାଉଛତି । ତେବେ ତୁମେ ଏଠାରେ ଏପରି ଦୁଃଖିତ ମନରେ କାଇଁ ବସିଛ । ମୟୂର ଜଣଙ୍କ ଉତ୍ତର ଦେଲା ଲୋକ ମାନେ ମୋତେ ୧୨ ଘଣ୍ଟା କାଳ ଟେକା ପଥର ମାରି ନଚାଇବା ପାଇଁ ବାଧ୍ୟ କରୁଛନ୍ତି ।

 

ମୋର ଅନିଚ୍ଛା ସତ୍ବେ ମଧ୍ୟ ମୁଁ ଏହି ଚିଡିଆଖାନରେ କଏଦୀ ଭଳି ବାନ୍ଧି ହୋଇରହିଅଛି । ଯେତେବେଳେ ମୁଁ ଜଙ୍ଗଲରେ ଥିଲି ସେତେବେଳେ ମଧ୍ୟ ମୋ ଜୀବନରେ ଅନିଶ୍ଚିତ ଥିଲା । ଯେ କେତେବେଳେ ଶିକାରୀ ଆସିବ ଓ ମୋର ଶିକାର କରିଦେବ । ମୟୂର କାଉକୁ କହିଲା କାଉ ତୁ ରଙ୍ଗରେ କଳା ହେଲେ କଣ ଅଛି । ତୋର ତ ତୋ ଜୀବନ ପ୍ରତି କିଛି ବିପଦ ନାହିଁ ମୋ ଭଳି ତୋତେ କେହି ଈଷାରାରେ ନଚାଉ ନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button