ଓଡିଶା

ମାଟ୍ରିକ ପରୀକ୍ଷାରେ ସହଯୋଗ କରିବ ‘ଓଷ୍ଟା’: ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା – bajravana

[ad_1]

ବିଜ୍ଞପ୍ତି ବାହାରିବା ଯାଏ ଜିଲ୍ଲାସ୍ତରରେ ପ୍ରତୀକାତ୍ମକ ଧାରଣା

ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାରେ ଶିକ୍ଷକମାନେ ଅସହଯୋଗ କରିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଘୋଷଣା କରିବା ପରେ ରାଜ୍ୟ ସରକାର ଆଲୋଚନା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ଙ୍କ ସହ ଓଷ୍ଟାର ଏକ ୬ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍କର୍ସ ବାହାରିପାରି ନାହିଁ। ତେଣୁ ବିଜ୍ଞପ୍ତି ନ ବାହାରିବା ଯାଏ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତୀକାତ୍ମକ ଧାରଣା ଜାରି ରଖିବେ ଏବଂ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷାରେ ସହଯୋଗ କରିବାକୁ ଓଷ୍ଟା ନିଷ୍ପତ୍ତି ନେଇଛି।

ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଯେ ୧୩ ଦିନ ହେଲା ଶିକ୍ଷକମାନେ ଆନ୍ଦୋଳନରେ ବସି ରହିଛନ୍ତି। ଦାବି ପୂରଣ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ। ରାତି ପାହିଲେ ମାଟ୍ରିକ୍‌ ପରୀକ୍ଷା ଥିବାରୁ ଆଜି ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଆଲୋଚନା କରିବାକୁ ଡାକରା ଆସିଥିଲା। ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ତତ୍ତ୍ୱାବଧାନରେ ଗଣଶିକ୍ଷା ସଚିବଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପରିସରଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପେନସନ୍ ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ, ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲି ପଡ଼ିଥିବା ଶିକ୍ଷକ ପଦବି ତୁରନ୍ତ ପୂରଣ, ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି କରିବା ଆଦି ବିଷୟରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ମିଳିଛି। ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିବେ। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପରୀକ୍ଷା ଡ୍ୟୁଟି ରହିଛି ସେମାନେ ଆସନ୍ତାକାଲିଠାରୁ ପରୀକ୍ଷା କାର୍ଯ୍ୟରେ ଅଂଶଗ୍ରହଣ କରିବେ। ମାତ୍ର ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରତୀକାତ୍ମକ ଧାରଣା ଚାଲୁରହିବ। ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର ଓ ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button