ଓଡିଶା

କାହା ସ୍ବାର୍ଥରେ ମାର୍କେଟ କଂପ୍ଲେକ୍ସ ବିଲ୍ଡିଂ? ନିର୍ମାଣ ପରେ ଥଇଥାନ ହେଉନାହାନ୍ତି ବ୍ୟବସାୟୀ – bajravana

[ad_1]

ଠିକାଦାରଙ୍କୁ ବିଲ୍ ନ ମିଳିବାରୁ ଝୁଲୁଛି ତାଲା

ଦଶପଲ୍ଲା: ବର୍ଷବର୍ଷ ଧରି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଅନେକ ବ୍ୟବସାୟୀ ଏବେ ବାରଦୁଆର ଘୂରି ବୁଲୁଛନ୍ତି। କିଛି ମାସ ମଧ୍ୟରେ ବିଲ୍ଡିଂ ନିର୍ମାଣ କରି ଥଇଥାନ କରିବା ପାଇଁ ଏନ୍ଏସି ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରତିଶ୍ରୁତି ମିଳିଥିଲା। ସେହି ଅନୁଯାୟୀ ପ୍ରାୟ ୧୫ ଜଣ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ବିଲ୍ଡିଂ ନିର୍ମାଣ କରାଗଲା। ହେଲେ ନିର୍ମାଣକୁ ପ୍ରାୟ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ନା ଠିକାଦାରଙ୍କୁ ପ୍ରାପ୍ୟ ମିଳୁଛି ନା ନିର୍ମାଣାଧୀନ ବିଲ୍ଡିଂଗୁଡିକ ଭଡ଼ାରେ ଲାଗିପାରୁଛି। ଫଳରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲ‌େକ୍ସ ବିଲ୍ଡିଂ ଏବେ ଭୂତକୋଠି ପାଲଟିଥିବା ବେଳେ ଏନ୍ଏସି କର୍ତ୍ତୃପକ୍ଷ ହାତବାନ୍ଧି ବସି ରହିଛନ୍ତି।

ସୂଚନା ଅନୁଯାୟୀ, ତ୍ରିନାଥ ବଜାରସ୍ଥିତ ମେଳିଆ ତୋଟାଠାରେ ଦୀର୍ଘବର୍ଷ ଧରି କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗ୍ୟାରେଜ, ପନିପରିବା ଓ ତେଜରାତି ଭଳି ବ୍ୟବସାୟୀମାନେ ଦୋକାନ କରିଥିଲେ। ଏଠାରେ ଏନ୍ଏସି ପକ୍ଷରୁ ଏକ ଟାଉନ୍ ହଲ୍ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା। ସେହି ଅନୁଯାୟୀ ବ୍ୟବସାୟୀଙ୍କୁ ନୋଟିସ କରାଯିବା ସହ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ପରେ ଏନ୍ଏସିର କିଛି କର୍ମଚାରୀ ସେସବୁ ବ୍ୟବସାୟୀଙ୍କୁ ଘରଗୁଡ଼ିକ ଭଡ଼ାରେ ଦେବାକୁ ଜଣକ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ବିନା ରସିଦ୍‌ରେ ଆଦାୟ କରିଥିଲେ। ଏହା ମଧ୍ୟରେ ମାର୍କେଟ କମ୍ପ୍ଲ‌େକ୍ସ ପାଇଁ ୬୭ ଲକ୍ଷ ୩୬ ହଜାର ୫୯ ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ପରେ ସମସ୍ତ କାର୍ଯ୍ୟକୁ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ତଦାରଖ କରୁଥିବା ବେଳେ ମଞ୍ଜୁର ଟଙ୍କାଠାରୁ ଅଧିକ ଟଙ୍କାର କାମ ଯନ୍ତ୍ରୀ କରାଇଛନ୍ତି। ହେଲେ ଅଧିକ କାମ ହୋଇଥିବା ଟଙ୍କାକୁ ଏଯାଏଁ ଠିକାଦାରଙ୍କୁ ପ୍ରଦାନ କରାଯାଉନାହିଁ। ଏହା ମଧ୍ୟରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବଦଳି ହୋଇ ଯାଇଥିବା ବେଳେ ଠିକାଦାର ବିଲ୍ ପାଇଁ ବାରମ୍ବାର ଏନ୍ଏସି କାର୍ଯ୍ୟାଳୟ ସମେତ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍‌ ହୋଇ ସାରିଲେଣି। ବିଲ୍ ପାଇନଥିବା ହେତୁ ଏହାର ଚାବିକୁ ଠିକାଦାର ଦେଉନଥିବା ଜଣାପଡିଛି। ଫଳରେ ପ୍ରାୟ ୨ ବର୍ଷ ହେଲା ନିର୍ମାଣାଧୀନ ବିଲ୍ଡିଂ ଭୂତକୋଠି ପାଲଟି ରହିଛି। ଏପଟେ ବିସ୍ଥାପିତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନେ ବାରଦୁଆର ଘୂରି ବୁଲୁଛନ୍ତି। ତୁରନ୍ତ ଘରଗୁଡ଼ିକ ଭଡ଼ାରେ ଦିଆ ନଗଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ହେଲେ ଏନ୍ଏସି ପକ୍ଷରୁ କୌଣସି ବି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ସ୍ଥାୟୀ ଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନଥିବା ହେତୁ ଏହାର କୌଣସି ସମାଧାନ ହୋଇପାରୁନି। ଏ ସମ୍ପର୍କରେ ଦାୟିତ୍ବରେ ଥିବା ଭାରପ୍ରାପ୍ତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକଙ୍କୁ ଫୋନ କରିଥିବା ବେଳେ ସେ ଫୋନ ଗ୍ରହଣ କରିନାହାନ୍ତି। ଏଦିଗରେ ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button