ଓଡିଶା

ସୁଜାତା କାର୍ତ୍ତିକେୟନ୍‌ଙ୍କୁ ସଂସ୍କୃତି ବିଭାଗ – bajravana

[ad_1]

ଭୁବନେଶ୍ବର: ମିସନ୍ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଶ୍ରୀମତୀ କାର୍ତ୍ତିକେୟନ୍‌ଙ୍କୁ ନୂଆ ଦାୟିତ୍ବ ଦିଆଯିବା ପ୍ରସଙ୍ଗ ପ୍ରଶାସନିକ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ମହିଳା‌ ସଶକ୍ତୀକରଣକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ମିସନ୍ ଶକ୍ତି ଦାୟିତ୍ବ ଦେଇଥିଲେ। ମିସନ୍ ଶକ୍ତି ନାମରେ ସ୍ବତନ୍ତ୍ର ବିଭାଗ ହେଲା ପରେ ଶ୍ରୀମତୀ କାର୍ତ୍ତିକେୟନ୍ ଏହାର ପ୍ରଥମ ସଚିବ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ସମୟରେ ମିସନ୍ ଶକ୍ତି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ୭୦ ଲକ୍ଷ ମହିଳା ଏଥିରେ ସାମିଲ୍‌ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଉପରେ ଗୁରୁତ୍ବାରୋପ କରୁଛନ୍ତି। ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ୍‌ କଳା ସଂସ୍କୃତି ସଂଘକୁ ସକ୍ରିୟ କରିବା ପାଇଁ ପ୍ରାଥମିକତା ଦିଆଯାଉଛି। ସେହିପରି ଓଡ଼ିଆ ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲାଯାଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ଶ୍ରୀମତୀ କାର୍ତ୍ତିକେୟନ୍‌ଙ୍କ ନିଯୁକ୍ତି ବେଶ୍‌ ଗୁରୁତ୍ବ ବହନ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button