ଓଡିଶା

ସମଲ ବ୍ୟାରେଜ୍‌ରେ ପାଣି ନାହିଁ: ଶୁଖିଲା ପଡ଼ିବ ବ୍ରାହ୍ମଣୀର ତଳମୁଣ୍ଡ ! – bajravana

[ad_1]

ବାଧାପ୍ରାପ୍ତ ହେବ ଶିଳ୍ପ, ଚାଷ

ଅନୁଗୁଳ: ଖରା ଆରମ୍ଭ ହୋଇନି, ବ୍ରାହ୍ମଣୀ ଶୁଖି ଗଲାଣି। ସମଲ ବ୍ୟାରେଜ୍‌ରେ ପାଣି କମିଯିବା ପରେ ଜଳ ସଙ୍କଟ ଦେଖାଦେଲାଣି। ଆଗକୁ ଖରାଦିନ ଆସୁଥିଲା ବେଳେ ତଳମୁଣ୍ଡରେ ଜଳାଭାବ ତୀବ୍ର ହେବାର ଆଶଙ୍କା ଜଳ ଜଳ ଦିଶୁଛି। ଅନୁଗୁଳ ଜିଲ୍ଲା ରେଙ୍ଗାଳିରେ ବ୍ରାହ୍ମଣୀ ନଦୀ ଉପରେ ଜଳଭଣ୍ଡାର କରାଯାଇଛି। ଏଠାରେ ବିଜୁଳି ଉତ୍ପାଦନ ପରେ ପାଣିକୁ ତଳମୁଣ୍ଡକୁ ଛଡ଼ା ଯାଇଥାଏ। ହେଲେ ପାଖାପାଖି ସପ୍ତାହେ ‌ହେଲା ବିଜୁଳି ଉତ୍ପାଦନ କମି ଯାଇଛି। ବିଜୁଳି ଚାହିଦା କମ୍‌ ଥିବାରୁ ଅଧିକ ବିଜୁଳି ଉତ୍ପାଦନ ନ କରିବାକୁ ଉପରୁ ନିର୍ଦ୍ଦେଶ ଆସିଛି। ତେଣୁ ଦିନକୁ ମାତ୍ର ଘଣ୍ଟାଏ କି ଦୁଇ ଘଣ୍ଟା ଟରବାଇନ୍‌ ଘୂରୁଛି। ସରକାରୀ ସୂଚନା ଅନୁସାରେ, ରେଙ୍ଗାଳି ଜଳଭଣ୍ଡାରରେ ୧୧୯.୯୨ ମିଟର ପାଣି ରହିଛି। ଏଠାରେ ଦିନକୁ ୨୫୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କ୍ଷମତା ରହିଥିଲା ବେଳେ ଏବେ ଦୈନିକ ହାରହାରି ୪୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରାଯାଉଛି। ଗତକାଲି ୫୪ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହୋଇଥିଲା ବେଳେ ଏଥିପାଇଁ ପ୍ରାୟ ୧୫୦ କ୍ୟୁମେକ୍ସ ପାଣି ବ୍ୟବହାର ହୋଇଥିଲା। ଏଥିନେଇ ରେଙ୍ଗାଳି ପ୍ରଳକ୍ପର ୟୁନିଟ୍ ହେଡ୍‌ ସରୋଜ କୁମାର ବହିଦାର କହିଛନ୍ତି ଯେ ବିଜୁଳି ଉତ୍ପାଦନ ପାଇଁ ଉପରୁ ଯାହା ନିର୍ଦ୍ଦେଶ ଆସିବ ସେତିକି ବିଜୁଳି ଉତ୍ପାଦନ କରାଯିବ। ମାର୍ଚ୍ଚ ମାସ ପାଇଁ ୪୦ ‌ମେଗାୱାଟ୍‌ ବିଜୁଳି ଉତ୍ପାଦନ ପାଇଁ ଧାର୍ଯ୍ୟ କରାଯାଇଛି। ତେଣୁ ୪ଟି ୟୁନିଟ୍‌ରୁ ପର୍ଯ୍ୟାୟକ୍ରମେ ବିଜୁଳି ଉତ୍ପାଦନ କରାଯାଉଥିବା ସେ କହିଛନ୍ତି।

ବିଜୁଳି ଉତ୍ପାଦନ କମିଯିବା ପରେ ତଳମୁଣ୍ଡରେ ଥିବା ସମଲ ବ୍ୟାରେଜ୍‌ରେ ଜଳସ୍ତର କମି ଯାଇଛି। ଏହି ବ୍ୟାରେଜ୍‌ରୁ ଅନୁଗୁଳର ଏକାଧିକ ଶିଳ୍ପସଂସ୍ଥା ପାଣି ନେଉଥିଲା ବେଳେ ପାନୀୟ ଜଳ ପାଇଁ ଏହି ପାଣି ବ୍ୟବହାର ହେଉଛି। ପୁଣି ଚାଷ ପାଇଁ କେନାଲ୍‌ରେ ପାଣି ଛଡ଼ା ଯାଉଛି। ତେଣୁ ଏଠାରେ ସମସ୍ୟା ସୃଷ୍ଟି ହୋଇଛି। ସମଲ ବ୍ୟାରେଜ୍‌ରେ ଜଳସ୍ତର ଆଜି ୭୪.୪ ମିଟର ରହିଛି। ଗତକାଲି ଜଳସ୍ତର ଆହୁରି କମ୍‌ ଥିଲା। କିନ୍ତୁ ଗତକାଲି ପ୍ରଶାସନର ତାଗିଦ୍‌ ପରେ ବିଜୁଳି ଉତ୍ପାଦନ ବଢ଼ାଇବାରୁ ଆଜି ଜଳସ୍ତର ସାମାନ୍ୟ ବଢ଼ିଛି। ଏବେ ଦକ୍ଷିଣ କେନାଲ ବନ୍ଦ ହୋଇ ପଡ଼ିଥିଲା ବେଳେ ବାମ କେନାଲରେ ଅଳ୍ପ ପାଣି ଯାଉଛି। ସମଲ ବ୍ୟାରେଜ୍‌ରେ ଜଳସ୍ତର କମିଯିବା ପରେ ବ୍ରାହ୍ମଣୀର ତଳମୁଣ୍ଡକୁ ପାଣି ଯାଉନି। ଯାହା କିଛି ପାଣି ଯାଉଛି, ଢେଙ୍କାନାଳରେ ଥିବା ଶିଳ୍ପାନୁଷ୍ଠାନ ଏହାକୁ ଶୋଷୁଛନ୍ତି। ଫଳରେ ଆଗକୁ ବ୍ରାହ୍ମଣୀ ଶୁଖିଲା ପଡ଼ିବାର ଆଶଙ୍କା ଉପୁଜିଛି। ତେଣୁ ବ୍ରାହ୍ମଣୀ କୂଳରେ ଥିବା ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ପ୍ରଭାବିତ ହେବା ସ୍ପଷ୍ଟ ହୋଇଯାଇଛି। ଏପଟେ ସମଲ ବ୍ୟାରେଜ୍‌ରେ ଜଳସ୍ତର କମିବା ପରେ ନବରତ୍ନ କଂପାନି ନାଲ୍‌କୋ ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ଏଠାରେ ଥିବା ଜଳାଗାରରେ ଜଳସ୍ତର ପାଖାପାଖି ୧୦ ଫୁଟ୍‌ କମିଛି। ତେଣୁ ନାଲ୍‌କୋର ସିପିପି ଓ ସ୍ମେଲଟର୍‌ ପ୍ଲାଣ୍ଟରେ ସ୍ବାଭାବିକ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button