ଓଡିଶା

ରାଉରକେଲାରେ ଅଧ ଘଣ୍ଟା ରହିଲା ବନ୍ଦେଭାରତ; ଯାତ୍ରୀସହ ପ୍ରଥମଥର ଗଡ଼ିଲା – bajravana

[ad_1]

୮.୧୦ରେ ପହଞ୍ଚିଲା, ଛାଡ଼ିଲା ୮.୪୦ରେ 

ରାଉରକେଲା: ରବିବାର ବିଳମ୍ବିତ ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ପୂର୍ବରୁ ଦୁଇ ଦୁଇ ଥର ପରୀକ୍ଷାମୂଳକ ଚଳାଚଳ ପରେ ଆଜି ପ୍ରଥମଥର ଯାତ୍ରୀ ନେଇ ଆସିଥିଲା ଏହି ଟ୍ରେନ୍‌। ତେବେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନର କର୍ମକର୍ତ୍ତା ଥିଲେ। ବନ୍ଦେଭାରତ ଏକ୍ସପ୍ରେସ୍‌କୁ ପାଖରୁ ଦେଖିବାକୁ ଆଜି ମଧ୍ୟ ରାଉରକେଲା ରେଳ ଷ୍ଟେସନ ପରିସରରେ ପ୍ରବଳ ଭିଡ଼ ଜମିଥିଲା।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୯ଟି ବନ୍ଦେଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଥିଲେ। ଏହି କ୍ରମରେ ପୁରୀ-ରାଉରକେଲା ବନ୍ଦେଭାରତ ମଧ୍ୟ ତା’ର ଯାତ୍ରୀସହ ଗଡ଼ିଥିଲା। ରାତି ପ୍ରାୟ ୮ଟା ୧୦ରେ ଏହି ଟ୍ରେନ୍‌ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲା। ଏଠାରେ ପ୍ରାୟ ଅଧଘଣ୍ଟାର ରହଣିପରେ ଟ୍ରେନ୍‌ ପୁନର୍ବାର ଗନ୍ତବ୍ୟ ପଥରେ ବାହାରିଯାଇଥିଲା। ଆଜି ପ୍ରଥମ ଦିନରେ ଝାରସୁଗୁଡ଼ାରୁ ପାଖାପାଖି ୫ ଶହ ଯାତ୍ରୀ ଏହି ଟ୍ରେନ୍‌ରେ ଯାତ୍ରାକରି ରାଉରକେଲାରେ ପହଞ୍ଚିଥିଲେ। ବ୍ୟାପକ ପ୍ରଚାରପ୍ରସାର ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ/ସଦସ୍ୟାଙ୍କୁ ମାଗଣା ଯାତ୍ରାର ସୁଯୋଗ ଦିଆଯାଇଥିଲା। ଉକ୍ତ ଟ୍ରେନ୍‌କୁ ସ୍ବାଗତ ପାଇଁ ରେଳ ଷ୍ଟେସନରେ ବହୁସଂଖ୍ୟକ ସହରବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଟ୍ରେନ୍‌ ରାଉରକେଲାରେ ପହଞ୍ଚିବାମାତ୍ରେ ଲୋକେ ଟ୍ରେନ୍‌ ଭିତରେ ଓ ଟ୍ରେନ୍‌ ସମ୍ମୁଖରେ ଲମ୍ବା ଲାଇନ୍‌ ଲଗାଇ ଫଟୋ ନେବା ସହ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଉପଲକ୍ଷେ ଷ୍ଟେସନ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ସାଂସଦ ତଥା କେନ୍ଦ୍ରୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଚକ୍ରଧରପୁର ଡିଆର୍‌ଏମ୍‌ ଅରୁଣ ଜାତୋହ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୭ ତାରିଖରୁ ବନ୍ଦେଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ। ପୁରୀରୁ ସକାଳ ୫ଟାରୁ ବାହାରି ଦିନ ୧୨.୪୫ ମିନିଟରେ ରାଉରକେଲାରେ ପହଞ୍ଚିବ। ଏଠାରେ ପ୍ରାୟ ୧ ଘଣ୍ଟା ୨୫ ମିନିଟ ରହଣିପରେ ମଧ୍ୟାହ୍ନ ୨.୧୦ରେ ବାହାରି ପୁରୀରେ ରାତି ୯.୪୦ ମିନିଟରେ ପହଞ୍ଚିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button