ଓଡିଶା

ମା’, ୩ ଝିଅଙ୍କ ସହ ହେଉଥିଲା ଦୁଷ୍କର୍ମ! ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣାରେ ପୀଡ଼ିତାଙ୍କ ପରିଚୟ ମିଳିଲା – bajravana

[ad_1]

ସମ୍ମୁଖକୁ ଆସିଲା ଛାତିଥରା କାହାଣୀ, ପୁଲିସର ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ଶୁକ୍ରବାର ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତା‌ରେ ୨ ନିବସ୍ତ୍ର ମହିଳା ଚାଲିଚାଲି ଯାଉଥିବା ବେଳେ ଇବ୍‌ନଦୀ ସେତୁ ଉପରେ ବିଧାୟିକା କୁସୁମ ଟେଟେ ନିଜ ଉତ୍ତରୀୟ ପିନ୍ଧାଇ ‌ସେମାନଙ୍କୁ ଉଦ୍ଧାର କରିବା ଘଟଣା ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ‌ସେମାନଙ୍କ ପରିଚୟ ମିଳିଥିବା ବେଳେ ମହିଳାଙ୍କ ମୁହଁରୁ ତାଙ୍କ ପରିବାର ଉପରେ ଘଟିଥିବା ନିର୍ଯାତନାର ଯେଉଁ କାହାଣୀଟି ସାମ୍ନାକୁ ଆସିଛି, ତାହା ଆହୁରି ବର୍ବର ଓ ଲୋମହର୍ଷକ। ଦୁଇ ମହିଳାଙ୍କୁ ଆସ୍ଥା ଗୃହରେ ସମ୍ପାଦିକା ସ୍ନେହଲତା ପଟେଲଙ୍କ ତତ୍ତ୍ବାବଧାନରେ ରଖାଯାଇଛି। ଉଦ୍ଧାର ସମୟରେ ଦୁଇଜଣଙ୍କ ମାନସିକ ଅବସ୍ଥା ଠିକ୍ ନ ଥିଲା। ସେମାନଙ୍କ ମୁହଁରୁ କୌଣସି କଥା ବି ବାହାରୁନଥିଲା। ଗୋଟିଏ ଦିନ ସେମାନଙ୍କୁ ଚିକିତ୍ସା କରାଗଲା ପରେ ଏମାନେ ମୁହଁ ଖୋଲିଛନ୍ତି। ଏହି ଦୁଇଜଣ ସମ୍ପର୍କରେ ହେଉଛନ୍ତି ମା’ ଓ ଝିଅ। ଝିଅ ଜଣକ ପୂରା ଗୁମ୍‌ ହୋଇ ବସିଥିବା ବେଳେ ମା’ ଆଜି ଅଳ୍ପ କଥା କହୁଛନ୍ତି। ମା’ ଓ ଝିଅ ହେଉଛନ୍ତି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର। ମହିଳା ସେମାନଙ୍କ ନାମ ବି କହିଛନ୍ତି। ପରିବାରରେ ମା’ ଓ ତିନିଝିଅ। ହେଲେ ତାଙ୍କ ଗାଁର ସୁନୀଲ ନାମକ ଜଣେ ଯୁବକ ସେହି ପରିବାରର ସମସ୍ତ ମହିଳାଙ୍କୁ ନିୟମିତ ଦୁଷ୍କର୍ମ କରୁଥିବା କଥା କହିଛନ୍ତି ଏହି ମହିଳା। ଏହାପରେ ମହିଳା ଜଣକ ଆଉ କୌଣସି କଥା କହିପାରିନାହାନ୍ତି।

ବର୍ତ୍ତମାନ ମା’ ଓ ଝିଅ ସିଧା ଗାଁରୁ ନା କେଉଁଠୁ ଆସିଲେ, କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏ ଅବସ୍ଥା‌ରେ କିଏ ଛାଡ଼ିଲା, କେଉଁ ସ୍ଥିତିରେ ସେମାନେ ଏପରି ଉଲଗ୍ନ ହୋଇ ସୁନ୍ଦରଗଡ଼କୁ ଆସିଲେ। ସେମାନଙ୍କ ମାନସିକ ସ୍ଥିତି ଠିକ୍ ନ ଥିଲା ନା ସେମାନଙ୍କ ସହ ବାଟରେ ଆଉ କଣ ଘଟିଥିଲା ଏମିତି ଅନେକ ପ୍ରଶ୍ନ ଉଠୁଛି। ସେ ସମ୍ପର୍କରେ କିଛି କହୁନାହାନ୍ତି ମହିଳା। ଗଣମାଧ୍ୟମରେ ସ‌ମ୍ବେଦନଶୀଳ ଖବରଟି ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଏସ୍‌ପି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ତାଙ୍କ ନିର୍ଦେଶରେ ସଦର ପୁଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟାକରୁଛି। ଜଣେ ମହିଳା ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ଆସ୍ଥାଗୃହକୁ ଯାଇ ମା’ଙ୍କ ବୟାନ ରେକର୍ଡ କରିବା ସହିତ ତଦନ୍ତ ପ୍ରକିୟାକୁ ଆଗକୁ ବଢ଼ାଇଛନ୍ତି।

ଉଲ୍ଲେଖଯୋଗ୍ୟ ସେ ୬ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ୧୨ଟ‌ାରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ୨ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଥିଲେ। ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଦେଖୁଥିଲେ। କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଥିବା ଆଦିବାସୀ ମେଳିରେ ସାମିଲ ହେବାକୁ ସେହି ବାଟ ଦେଇ ନିଜ ଗାଁ ତସଲାଡ଼ିହିରୁ ଆସୁଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ନିଜ ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ପରେ ବିଧାୟିକା ସଦରଥାନା ପୁଲିସ ଓ ଆସ୍ଥା ଗୃହର ସମ୍ପାଦିକା ସ୍ନେହଲତା ପଟେଲ ପହଞ୍ଚିବା ପରେ ସେମାନଙ୍କୁ ଆସ୍ଥାଗୃହକୁ ନିଆଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button