ଓଡିଶା

ବାଲି ମାଫିଆଙ୍କ ସହ ପଞ୍ଚୁପାଲି ଆର ଆଇ ଙ୍କ ମଧୁଚନ୍ଦ୍ରିକା : ଲକ୍ଷ ଲକ୍ଷ ଟଙ୍କା ର ହେଉଛି ରାଜସ୍ବ ହାନି

ବାଲିଆପାଳ: ୬/୮/୨୨:ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲ ଅଧିନରେ ରହିଛି ପଞ୍ଚୁପାଲି ଆର୍ ଆଇ ସର୍କଲ। ଉକ୍ତ ଆର୍ ଆଇ ସର୍କଲ ଟି ମୁଖ୍ୟତଃ କୋଷ୍ଟାଲ ଏରିଆର ପଞ୍ଚାୟତ କୁ ନେଇ ଗଠିତ ହୋଇଥିବା ବେଳେ ଏହି ସର୍କଲରେ ଦିନକୁ ଦିନ ବଢିଚାଲିଛି ବାଲିମାଫିଆ ମାନଙ୍କର ରାଜ୍। ସମୁଦ୍ର କୂଳିଆ ଅଞ୍ଚଳ ହୋଇଥିବାରୁ ବାଲିମାଫିଆ ମାନେ ସମୁଦ୍ର କୂଳରେ ଥିବା ବାଲିଆଡିଆରୁ ଦୈନିକ ଶହଶହ ଟ୍ରାକ୍ଟରରେ ଫଲ୍ସବାଲି ବୋହି ନେଉଥିବା ବେଳେ ବାଲିଆପାଳ ରାଜସ୍ବ ବିଭାଗ ତଥା ପଞ୍ଚୁପାଲି ଆର୍ ଆଇ ସୁରେଶ ଚନ୍ଦ୍ର ସିଂ ସାଜିଛନ୍ତି ନୀଦାବିଷ୍ନୁ। ଫଳରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର। ସୂଚନାରୁ ପ୍ରକାଶ ଜମ୍ଭୀରାଇ ପଞ୍ଚାୟତର କାଞ୍ଚନଖୋଳିଆ,ବଡଖୋଳିଆ ନୂଆଗାଁ ପଞ୍ଚାୟତ ର ଯମୁନାଶୂଳ ଓ ହାଡିଖୋଳିଆ ଆଦି ସ୍ଥାନରୁ ଦୈନିକ ବାଲି ମାଫିଆମାନେ ଶହ ଶହ ଟ୍ରାକ୍ଟରରେ ବାଲି ବୋହିନେଇ ବିକ୍ରି କରୁଛନ୍ତି।ଫଳରେ ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ରାଜସ୍ବ ବିଭାଗ ତଥା ପଞ୍ଚୁପାଲି ଆର୍ ଆଇ ଦେଖି ନଦେଖିଲା ପରି ରହୁଛନ୍ତି ।

ଏମିତିକି ବାଲିଆପାଳ ତହସିଲଦାର ତଥା ପଞ୍ଚୁପାଲି ଆର୍ ଆଇ ସୁରେଶ ଚନ୍ଦ୍ର ସିଂକୁ ସ୍ଥାନୀୟ ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ଫୋନରେ ସୂଚନା ଦେଉଥିଲେ ମଧ୍ୟ ଆର୍ ଆଇ ବିଭିନ୍ନ ବାହାନା ଦେଖି ବେଆଇନ୍ ବାଲି ଟ୍ରାକ୍ଟରକୁ ଜବତ କରିବା ଦୂରକଥା ଫାଇନ୍ ମଧ୍ୟ କାଟୁନାହାଁନ୍ତି। କିମ୍ବା ସରଜମିନ୍ ତଦନ୍ତ କରି ବାଲିମାଫିଆ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ବାଲିଆପାଳ ତହସିଲଦାର ତଥା ପଞ୍ଚୁପାଲି ଆର୍ ଆଇ ସୁରେଶ ଚନ୍ଦ୍ର ସିଂ ବାଲିମାଫିଆ ମାନଙ୍କୁ ପ୍ରୋତ୍ସାହନ ଦେବା ସହ ତାଙ୍କ ସହ ଭିତିରିଆ ସମ୍ପର୍କରେ ଥିବା ସ୍ପଷ୍ଟ ଅନୁମେୟ । ତେବେ ଅଧିକାରୀଙ୍କ ଏପରି କାର୍ଯ୍ୟରେ ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ଜଣାଯାଇଛି। ରାଜସ୍ବ ଅଧିକାରୀଙ୍କ ଟିକିଏ ସ୍ବାର୍ଥ ପାଇଁ ରାଜସ୍ବ ହରାଉଛନ୍ତି ଓଡିଶା ସରକାର। ସବୁଠାରୁ ଉଦବେଗର ବିଷୟ ରାଜସ୍ବ ଅଧିକାରୀ ଶ୍ରୀ ସିଂ ନିଜପକ୍ଷରୁ ଚୋରା ବାଲିଚାଲାଣ ରୋକିବପାଇଁ ପଦକ୍ଷେପ ଗ୍ରହଣ କରିବାତ ଦୂରରକଥା ବାଲି ଚୋରାଚାଲାଣ ହେଉଥିବାର ସୂଚନା ଦେଲେମଧ୍ୟ ଅଧିକାରୀ ନୀରବଦ୍ରଷ୍ଟା ସାଜୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅଧିକାରୀଙ୍କ ନିଦ୍ରା କେଭେ ଭାଙ୍ଗୁଛି ତଥା ବେଆଇନ୍ ବାଲିମାଫିଆ ଉପରେ କାର୍ଯ୍ୟାନୁଷ୍ଠାନ କେଭେ ହେଉଛି ନା ରାଜସ୍ବ ଅଧିକାରୀ ଓ ବାଲିମାଫିଆଙ୍କୁ ଭିତିରିଆ ବୁଝାମଣା କରି ଆର୍ଥିକ ମାଲେମାଲ୍ ହେଉଛନ୍ତି।( ଫୋଟ)

Related Articles

Leave a Reply

Your email address will not be published. Required fields are marked *

Back to top button