ଓଡିଶା

୭ ଦିନରେ ୨୦% ଅଧିକ ବର୍ଷିଲାଣି: ୧ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ – bajravana

[ad_1]

ଭୁବନେଶ୍ବର: ଗତ ୬ ଦିନରେ ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଛି। ୧ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୭୦.୪ ମିମି ତୁଳନାରେ ୨୦% ଅଧିକ। ଏହି ସମୟ ପରିଧି ମଧ୍ୟରେ କଟକ ଜିଲ୍ଲାରେ ସର୍ବାଧିକ ୧୬୧.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୬୫.୪ ମିମି ତୁଳନାରେ ୧୪୭% ଅଧିକ। ଆଜି ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଗତକାଲି ରହିଥିବା ଘୂର୍ଣ୍ଣିବଳୟ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦ୍ର ଭାଗରେ ଓ ସଂଲଗ୍ନ ଛତିଶଗଡ଼ ଅଞ୍ଚଳରେ ରହିଛି। ଫଳରେ ରାଜଧାନୀ ଭୁବନେଶ୍ବରରେ ଦିନତମାମ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ଆଜି ରାଜଧାନୀର ବିମାନବନ୍ଦର ଅଞ୍ଚଳରେ ୧୬ ମିମି ବର୍ଷା ରେକର୍ଡ ହୋଇଛି। କିନ୍ତୁ ସହର ଭିତରେ ଏହାଠାରୁ ବେଶ୍‌ ଅଧିକ ବର୍ଷା ହୋଇଥିବା ଅନୁମାନ କରାଯାଉଛି। ‌

ସେହିଭଳି ଢେଙ୍କାନାଳରେ ୪୬ ମିମି, ବାରିପଦା ୨୬.୮ ମିମି, ଜଗତସିଂହପୁରରେ ୨୦.୪ ମିମି, ବଲାଙ୍ଗୀରରେ ୧୯ ମିମି ଓ କୋରାପୁଟରେ ୧୮ ମିମି ଲେଖାଏ ବର୍ଷା ରେକର୍ଡ ହୋଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଯଥା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ମଧ୍ୟ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button