ଓଡିଶା

ଖୁଣ୍ଟିଆ-ମଲିଆ ସେବାୟତଙ୍କ ବିବାଦ ତୁଟିନି: ଏଥର ବି ବନ୍ଦ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ! – bajravana

[ad_1]

ଭୁବନେଶ୍ବର: ଏବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତକୁ ନେଇ ଅନିଶ୍ଚିତତା ଜାରି ରହିଛି। କପିଳେଶ୍ବର ମନ୍ଦିର ଟ୍ରଷ୍ଟ ‌ବୋର୍ଡ ଗତ ସୋମବାର ଦିନ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କୁ ଡାକି କରିଥିବା ଆଲୋଚନା ସଫଳ ହୋଇନାହିଁ। ପ୍ରଶାସନର ତାଗିଦ୍‌ ପରେ ବି ଗତକାଲି ହାଣ୍ଡିଭଙ୍ଗା ଯାତ ପାଇଁ ହେବାକୁ ଥିବା ପ୍ରାଥମିକ କାର୍ଯ୍ୟ କରା ଯାଇନାହିଁ। ଫଳରେ ୮ ବର୍ଷ ଧରି ବନ୍ଦ ହୋଇଥିବା ଏହି ଯାତ ଚଳିତ ବର୍ଷ ମଧ୍ୟ ବନ୍ଦ ରହିବବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପରମ୍ପରା ଅନୁସାରେ ମହାଶିବରାତ୍ରି ଓ ଅମାବାସ୍ୟା ତିଥି ପରେ ପଡ଼ୁଥିବା ପ୍ରଥମ ଶନିବାରରେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ ଅନୁଷ୍ଠିତ ହୁଏ। ଆବହମାନ କାଳରୁ ଏହି ଯାତ ଅନୁଷ୍ଠିତ ହୋଇ ଆସୁଛି। ବିଧି ଅନୁସାରେ ଏହି ତିଥିରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ପ୍ରଥମେ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି ଓ ପରେ ଐଶାନେଶ୍ୱର ମନ୍ଦିରକୁ ବିଜେ କରିଥାନ୍ତି। ଏଥର ଆସନ୍ତା ଶନିବାର, ଅର୍ଥାତ୍‌ ୧୬ ତାରିଖରେ ଏହି ଯାତ ପଡ଼ୁଛି। ଏହିଦିନ ପ୍ରଭୁ ଲିଙ୍ଗରାଜଙ୍କ ଦ୍ବିପ୍ରହର ଧୂପ ଲାଗିହେବା ପରେ ବିମାନରେ ବାଜା, ବାଣ ଓ ଘଣ୍ଟଘଣ୍ଟାର ବିରାଟ ପଟୁଆର ନେଇ କପିଳେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଶ୍ରୀଲିଙ୍ଗରାଜ। ସେଠାରେ ସେବାୟତମାନେ ଠାକୁରଙ୍କୁ ବନ୍ଦାପନା କରି ସ୍ବାଗତ କରନ୍ତି। ଶ୍ରୀଲିଙ୍ଗରାଜ ଶନିଶ୍ଚରଙ୍କ ନିକଟରେ ଭେଟ ଆଳତି କରନ୍ତି। ଶ୍ରୀଲିଙ୍ଗରାଜ ସେଠାରେ କପିଳେଶ୍ବରଙ୍କୁ ଆସନ୍ତା ପର୍ବ ପାଇଁ ନିମନ୍ତ୍ରଣ କରି ଆସନ୍ତି। କିନ୍ତୁ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨୦୧୬ ମସିହାରୁ ଏହି ଯାତ ହୋଇପାରୁନାହିଁ। ‌ଏହାସହ ଚନ୍ଦନ ଯାତ୍ରାରେ ୨୨ ଚାପ ଖେଳିବା ଓ ଶୀତଳ ଷଷ୍ଠୀରେ କପିଳେଶ୍ବର ଆସିବା ମଧ୍ୟ ବନ୍ଦ ହୋଇଯାଇଛି। ଗତ ୪ ତାରିଖରେ ଏନେଇ ବୈଠକ‌ ହୋଇଥିଲା। ବୈଠକରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ହାଣ୍ଡିଭଙ୍ଗା ଯାତ କରିବାକୁ ତାଗିଦ କରିଥିଲେ ହେଁ କୌଣସି ଲାଭ ହୋଇନାହିଁ। ଏନେଇ ଖୁଣ୍ଟିଆ ସେବାୟତଙ୍କ ପକ୍ଷରୁ ବିରଞ୍ଚି ନାରାୟଣ ଖୁଣ୍ଟିଆ କହିଛନ୍ତି, ‘‘ପରମ୍ପରା ଅନୁସାରେ ମଲିଆ ସେବାୟତ ଶିବରାତ୍ରୀ ଦିନ ବିନ୍ଦୁସାଗରରୁ ପାଣି ଉଠାଇ ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ପାଣି ଢାଳିବେ।

ସେଠାରୁ ନିମନ୍ତ୍ରଣ ଆଣି କପିଳେଶ୍ବରଙ୍କ ପାଖକୁ ଆସି ଠାକୁରଙ୍କୁ ମାଘସ୍ନାନ ଦେଇ ମହାଦୀପ ଉଠିବା ପରମ୍ପରା ରହିଛି। କିନ୍ତୁ ଗତକାଲି ଶିବରାତ୍ରୀ ଦିନ ଏହି ପରାମ୍ପରାକୁ ମଲିଆ ସେବାୟତ କରିନାହାନ୍ତି। ନିୟମ ଅନୁସାରେ ଠାକୁରଙ୍କ ନୀତିକାନ୍ତି, ମଙ୍ଗଳଆଳତି, ବଡ଼ସିଂହାର ପର୍ଯ୍ୟନ୍ତ ସମସ୍ତ ପୂଜାପଣ୍ଡା ଓ ମହାସୁଆର କାର୍ଯ୍ୟ ଖୁଣ୍ଟିଆ ସେବାୟତ କରିବା କଥା। କିନ୍ତୁ ଏଭଳି ପରମ୍ପରା ନାହିଁ କହି ବିଶୃଙ୍ଖଳା କରାଯାଉଛି।’’ ଅନ୍ୟପଟେ ମଲିଆ ସେବାୟତଙ୍କ ପକ୍ଷରୁ ଅରବିନ୍ଦ ମଲିଆ କହିଛନ୍ତି, ‘‘୨୦୧୫ ଅଁଳା ନବମୀରେ ଖୁଣ୍ଟିଆ ସେବାୟତ ପାଳି କଲେନାହିଁ। ତିନିଦିନର ପାଳିଟଙ୍କା ମିଳି ନଥିବାରୁ ସେମାନେ ଠାକୁରଙ୍କ ନୀତି ବନ୍ଦକଲେ। ଏବେ ହାଣ୍ଡିଭଙ୍ଗା ଯାତ ପାଇଁ ଆମେ ଏକ ସର୍ତ୍ତରେ ରାଜି ଅଛୁ। ତାହା ହେଲା, ଯଦି ମଲିଆ ସେବାୟତ ସମସ୍ତ ନୀତି କରିବେ ତେବେ ଆମେ ଲିଙ୍ଗରାଜଙ୍କୁ ସ୍ବାଗତ କରିବୁ। ଠାକୁରଙ୍କ ପହୁଡ଼ ଖୋଲିବାଡୁ ନେଇ ମଙ୍ଗଳ ଆଳତି, ବେଶ, ଭୋଗ, ରୋଷକାର୍ଯ୍ୟ ଓ ପୂଜାପଣ୍ଡା କାର୍ଯ୍ୟ କଲେ ଯାଇ ଆମେ ସ୍ବାଗତ କରିବୁ।’’ ଏନେଇ ଭୁବନେଶ୍ବର ଉପ ଜିଲ୍ଲାପାଳ ତଥା ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button