ଓଡିଶା

ଜୟପୁର : ଭିଜିଲାନସ୍ ଏଏସପି ସୁଶାନ୍ତ ବିଶ୍ବାଳ ଉଲ୍ଲେଖନୀୟ ସେବା ପାଇଁ ପାଇଲେ ପୁଲିସ ପଦକ – bajravana

[ad_1]

ଜୟପୁର: ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ଭିଜିଲାନସ୍ ଏଏସପି ସୁଶାନ୍ତ ବିଶ୍ବାଳ କୋରାପୁଟ ଭିଜିଲାନସ୍ ଡିଭିଜନ ଜୟପୁରରେ କାର୍ଯ୍ୟରତ ଥିବା ସମୟରେ ବିଭିନ୍ନ ମାମଲାର ଅନୁସନ୍ଧାନ ଓତଦନ୍ତ ସହ  ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପାଇଛନ୍ତି। ଆଜି ଭୁବନେଶ୍ବର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏଏସପି ଶ୍ରୀ ବିଶ୍ବାଳଙ୍କୁ ରାଜ୍ୟପାଳ ଡ.ଗଣେଶୀଲାଲ ପଦକ , ଆର୍ଥିକ ପୁରସ୍କାର ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସ୍ବରାଷ୍ଟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ।

ଏଏସପି ଶ୍ରୀ ବିଶ୍ବାଳ ଜୟପୁର ଡିଭିଜନରେ ମାଲାକାନଗିରୀ ଡିଏସପି ଭାବେ କାର୍ଯ୍ୟରତ ରହିଥିଲେ ହେଁ ଡିଭିଜନ୍ ସହ ରାଜ୍ୟର ବିଭିନ୍ନ ଡିଭିଜନରେ ହୋଇଥିବା ବହୁ ଆୟବର୍ହିଭୁତ ସଂପତ୍ତି ଠୁଳ ମାମଲା ସହ ଲାଂଚ, ଦୁର୍ନିତୀ, ସରକାରୀ ଅର୍ଥତୋଷାରପାତ ମାମଲାରେ ନିଷ୍ଠାପର ଭାବେ  ତଦନ୍ତ ଓଅନୁସନ୍ଧାନ କରି ଅଭିଯୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଇଛନ୍ତି।  ଶ୍ରୀ ବିଶ୍ବାଳ ୧୯୯୩ମସିହାରେ ସେ ଓଡିଶା ପୁଲିସରେ ଆରକ୍ଷୀ ଉପନିରୀକ୍ଷକ ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ୨୦୦୧ ଓ ୨୦୦୪ମସିହାରେ ସେ ଶ୍ରେଷ୍ଠ ଥାନା ଭାରାପ୍ରାପ୍ତ ଅଧିକାରୀ ଭାବେ ବି ପୁରସ୍କୃତ ହୋଇଥିଲେ।

୨୦୦୪ମସିହାରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଥାନା ଅଧିକାରୀ ଭାବେ ବହୁ ଜଘନ୍ୟ ଅପରାଧ, ଗଂଜେଇ, ଚୋରୀ ମୋଟରସାଇକେଲ ଆଦି ମାମଲାରେ ସଫଳତାର ସହ ଅନୁସନ୍ଧାନ କରି ଅଭିଯୁକ୍ତଙ୍କୁ ଧରିଥିଲେ। ୨୦୧୧ମସିହାରେ ସେ ଡିଜିପି ଡିସ୍କ ସମ୍ମାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।   ଦୁର୍ନିତୀ ନିବାରଣ ବିଭାଗରେ ସେ ଯୋଗ ଦେବା ପରେ ବି ନିଜର ପୂର୍ବର ଧାରାକୁ ବଜାୟ ରଖି ନିଷ୍ଠାପର ଭାବେ କାମ କରି ପ୍ରତ୍ୟେକ ମାମଲାର ତନ୍ନ ତନ୍ନ ଯାଂଚ କରି  ଅଭିଯୁକ୍ତଙ୍କୁ ଆଇନଗତ ଦଣ୍ଡି ଦିଲେଇ ଓଡିଶା ଭିଜିଲାନସ୍ ପୁଲିସର ଗର୍ବ ଓ ଗୌରବକୁ ବଢ଼ାଇଛନ୍ତି। ସଂପ୍ରତି ଏଏସପି ଶ୍ରୀବିଶ୍ବାଳ କଟକ ଭିଜିଲାନସକୁ ବଦଳି ହୋଇ ସେଠାରେ କାର୍ଯ୍ୟରତ। ସେ ଏହି ପୁରସ୍କାର ପାଇ ଜିଲ୍ଲାକୁ ଗୌରାବାନ୍ବିତ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସେଭଳି ଭିଜିଲାନସ୍ ଡିଏସପି ସଦାନନ୍ଦ ପାଣି ୨୦୨୦ମସିହା ପାଇଁ ରାଜ୍ୟପାଳ ପୁରସ୍କାର ପାଇଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button