ଓଡିଶା

କରଜ ମୁକ୍ତ ଅଭିଯାନ ନାମରେ ଠକେଇ, ୩ ଗିରଫ – bajravana

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅଂଚଳରେ କିଛି ଯୁବକ କରଜ ମୁକ୍ତ ଅଭିଯାନ ନାମରେ ଠକେଇ ଅଭିଯୋଗ ହେବା ପରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିମାନେ ଯଦି କରଜ ମୁକ୍ତ ଅଭିଯାନର ସଦସ୍ୟ କିମ୍ବା ସଭ୍ୟ ହୁଅନ୍ତି ତେବେ ସେମାନଙ୍କ ଋଣ ପରିଶୋଧ କରିବାକୁ ଆଉପଡିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲେ।

ପୁଲିସ ଏନେଇ ସୂଚନା ପାଇବା ପରେ ମାଲକାନଗିରିରେ ଥିବା ଏକତା ଟ୍ରଷ୍ଟନାମକ ସଂସ୍ଥାରୁ ତିନି ଜଣକୁ ଗିରଫ କରିଥିବା ପୁଲିସ କହିଛି।ସେମାନେ ହେଲେ ନବରଂଗପୁର ଜିଲ୍ଲାର ଉମରକୋଟର ଭଗବାନ ପୂଜାରୀ(୨୫),ଡାବୁଗାଁର ପର୍ଶୁରାମ ନାୟକ(୨୪) ଏବଂ ଆଶେର ଜାନୀ(୩୫)।ଏକତା ଟ୍ରଷ୍ଟ ଦ୍ବାରା ପ୍ରାୟୋଜିତ ଏହି କରଜମୁକ୍ତ ଅଭିଯାନର ସଦସ୍ୟ ହେଲେ ଆଗକୁ ଆଉ ଋଣ ପରିଶୋଧ କରିବାକୁ ପଡିବ ନାହି ବୋଲି ମାଥିଲି ଅଂଚଳରେ ବୁଲି ବୁଲି ଲୋକଙ୍କୁ ଠକୁଥିଲେ।ଏପରିକି ସେମାନଙ୍କର ପାସବୁକ,ଆଧର କାର୍ଡ,ପାନ କାର୍ଡ କପି,ଫଟୋ ନେଇ ସଭ୍ୟ କରୁଥିଲେ।ସମସ୍ତଙ୍କୁ ଆସନ୍ତା ୧୨ ତାରିଖରେ ଦିଲ୍ଲୀ ଯିବାକୁ ମଧ୍ୟ କହୁଥିବା ଜଣାପଡିଛି।ତେବେ ଏମାନେ ଲୋକଙ୍କୁ ଠକୁଥିବା ଅଭିଯୋଗ ପାଇବା ପରେ ତୁରନ୍ତ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ କରୁଥିବା ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button