ବାଇକ ଦୁର୍ଘଟଣାରେ ଚାଳକ ଓ ଗାଈ ମୃତ – bajravana
[ad_1]
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳରେ ଗତକାଲି ବିଳମ୍ବିତ ରାତି ଗୋଟାଏ ବେଳେ ନୂଆବସଷ୍ଟାଣ୍ଡ ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ ୨୬ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଓ ଗୋଟିଏ ଗାଇର ମୃତ୍ୟୁ ହୋଇଛି। ମୃତକ ଜଣକ କାମତା ଅଂଚଳର ଭାନୁ ପ୍ରତାପ ମିଶ୍ର(୨୪) ବୋଲି ସୂଚନା ମିଳିଛି। ଜୟପୁର ଟାଉନଥାନା ପକ୍ଷରୁ ସବଇନିସପେକ୍ଟର ନବୀନ ଚୌଧୁରୀ ମାମଲାର ତଦନ୍ତ କରି ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ଗୋଟାଏ ବେଳେ କାମତାରୁ ମୃତ ଭାନୁପ୍ରତାପ ମିଶ୍ର ୟାମା ବାଇକ୍ ଓଡି-୧୦-ଏସ୍ ୧୯୦୧ରେ ଜୟପୁର ଆସୁଥିଲେ। ନୂଆବସଷ୍ଟାଣ୍ଡ ସମ୍ମୁଖରେ ଗାଇ ପୋଲ ଜାତୀୟ ରାଜପଥକୁ ଅବରୋଧ କରି ଶୋଇଥିଲେ। ରାସ୍ତା ଥିବା ଅଂଚଳରେ ଆଉ ଗୋଟିଏ ଗାଡ଼ି ଆସିବାରୁ ମୃତ ଭାନୁପ୍ରତାପ ସମ୍ମୁଖରେ ଗାଇ ପୋଲ ଶୋଇଥିବା ଦେଖି ବ୍ରେକ ଦେଇଥିଲେ ହେଁ ଭାରସାମ୍ୟ ରକ୍ଷା କରି ପାରି ନଥିଲେ। ବାଇକଟିରେ ଗାଇ ସହ ଧକ୍କା ହେବା ଫରେ ସେ ଦୁରକୁ ଛିଟକି ପଡ଼ିଥିଲେ। ଏହା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ମାଡ଼ ବାଜିଥିଲେ। ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାରେ ଡାକ୍ତର ତାଙ୍କୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଅପରପକ୍ଷରେ ବାଇକ ଧକ୍କାରେ ଗାଇର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ ଜୟପୁର ଟାଉନଥାନାରେ ଏକ ମାମଲା ରୁଜୁ କରାଯିବା ସହ ମୃତ ଭାନୁପ୍ରତାପଙ୍କ ଶବବ୍ୟାବଛେଦ ଆଜି ସକାଳୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କରାଯିବା ସହ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଜୟପୁର ଟାଉନଥାନାଅଧିକାରୀ ସତ୍ୟାନନ୍ଦ ପାତ୍ର। ସେଭଳି ମୃତ ଗାଇଙ୍କ ମରଶରୀରକୁ ଗାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ସହରର ବିଭିନ୍ନ ରାସ୍ତାରେ ଏଭଳି ଗାଇ ପୋଲ ଗୁଡିକ ରାସ୍ତା ଉପରେ ରହିବା ଫଳରେ ବହୁ ସମୟରେ ଏଭଳି ଛୋଟ ବଡ ଦୁର୍ଘଟଣା ହେବା ନଜିର ରହିଛି। ପୌରପାଳିକା ପକ୍ଷରୁ ଗତ କିଛି ଦିନ ତଳେ ଏଭଳି ଗାଇ ପୋଲରୁ ଗାଇ ଗୁଡିକୁ ଉଠାଇ ନେଇ ଗୋଶାଳାରେ ଛଡ଼ାଯିବା ସହ ଜରିମାନା ଆଦାୟ ବି କରାଯାଇଥିଲା। ତେବେ ଏହାକ ବ୍ୟାପକ କରିବାକୁ ସାଧାରଣରେ ଦାବି ହୋଇଛି।
[ad_2]