ଅପରାଧ

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା: ଅଭଯୁକ୍ତ ଫେରାର – bajravana

[ad_1]

ଉମରକୋଟ: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମେନ୍ଦାବେଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି ତମରିନ ଭତ୍ରା।

ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ନିଜ ଘରେ ଥିବା ବେଳେ ତମରିନଙ୍କୁ ସେହି ଗ୍ରାମର କିଛି ଲୋକ ମାରପିଟ୍ କରିବା ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା। ଖାଲି ସେତିକି ନୁହେଁ, ଝିଅ ଓ ପୁଅ ବିରୋଧ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ। ଅଭିଯୋଗ ଆଧାରରେ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ଗତକାଲି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ଏଯାଏ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button