ଅପରାଧ

ବଚସାରୁ ବୋମାମାଡ଼ – bajravana

[ad_1]

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ବୁଲି ବଜାରରେ ସାମାନ୍ୟ ବଚସାକୁ ନେଇ ତୁମୁଳକାଣ୍ଡ ଘଟିଛି। ଯୁକ୍ତିତର୍କରୁ ବଢ଼ି ଭିନ୍ନ ଭିନ୍ନ ସଂପ୍ରଦାୟର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ରାସ୍ତାରେ ଥିବା କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି। ମାମଳାକୁ ନେଇ ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଯୁକ୍ତିତର୍କ ପରେ ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଗୋଷ୍ଠୀର ଲୋକମାନେ ଉଠାଇ ନେଇଥିବା ଘଟଣାକୁ କେନ୍ଦ୍ର କରି ଏଭଳି ତୁମୁଳକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ଘଟଣାନୁଯାୟୀ, ଆଜି ରାତି ପ୍ରାୟ ୯.୩୦ ସମୟରେ ତରାବୋଇ ବୁଲି ବଜାରରେ କୌଣସି କଥାକୁ କେନ୍ଦ୍ରକରି ଏକ ସଂପ୍ରଦାୟର ଜଣେ ବ୍ୟକ୍ତିଙ୍କ ସହ ଅନ୍ୟ ସଂପ୍ରଦାୟର କିଛି ଲୋକଙ୍କର କଥା କଟାକଟି ହୋଇଥିଲା। ସେଥିରେ ଅନ୍ୟମାନେ ଯୋଗ ଦେଇଥିଲେ। ତା’ରେ ସେହି ଯୁକ୍ତିତର୍କ ଆଗକୁ ବଢ଼ିଥିଲା। ଏହାରି ମଧ୍ୟରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଅନ୍ୟ ଗୋଷ୍ଠୀର ଲୋକମାନେ ଉଠାଇ ନେଇଥିବା ଚର୍ଚ୍ଚା ହୋଇଥିଲା। ତା’ପରେ ଘଟଣା ଉଗ୍ରରୂପ ନେଇଥିଲା। ଏହାରି ମଧ୍ୟରେ ବଜାରରେ ଗୋଟିଏ ଗୋଷ୍ଠୀର ସଦସ୍ୟମାନେ କିଛି ବୋମା ପିଙ୍ଗି ଦେଇଥିଲେ। ତା’ପରେ ବଜାରର ସବୁ ଦୋକାନୀ ଭୟରେ ସେମାନଙ୍କ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ। ବୋମାମାଡ଼ରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ କେତେଟି ଗାଡ଼ି ସାମାନ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button