ଅପରାଧ

ସିଙ୍ଗାପୁରରେ ବେପରୁଆ ଗାଡ଼ି ଚଳାଇ ଜଣକୁ ମାରିଥିବା ମାମଲାରେ ୧୦ ବର୍ଷ ଜେଲ୍‌ଦଣ୍ଡ ପାଇଲେ ଭାରତୀୟ – bajravana

[ad_1]

ସିଙ୍ଗାପୁରୁ: ବେପରୁଆ ଭାବେ ଲରି ଚଳାଇ ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁର କାରଣ ହୋଇଥିବା ଜଣେ ୪୦ ବର୍ଷିୟ ଭାରତୀୟଙ୍କୁ ସିଙ୍ଗାପୁରରେ ୧୦ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଥିବା କଥା ଗୁରୁବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।

ସିଙ୍ଗାପୁରରେ ଭାରତୀୟ ନାଗରିକ ସିବଲିଙ୍ଗମ୍‌ ସୁରେଶ ଚଳିତ ବର୍ଷ ଫେବ୍ରୁଆରି ମାସରେ ବେପରୁଆ ଭାବେ ‘ଲରି’ ଚଳାଉଥିବା ବ‌େଳେ ରାସ୍ତାରେ ‘ଜେବ୍ରା କ୍ରସ୍’ ଅତିକ୍ରମ କରୁଥିବା ଜଣେ ୭୯ ବର୍ଷୀୟ ଚୀନା ମହିଳାଙ୍କୁ ଧକ୍କା ଦେଇଥିଲେ ବୋଲି ସମ୍ବାଦପତ୍ର ‘ଦି ଷ୍ଟ୍ରେଟସ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ସେ ସାବଧାନ ନ ହୋଇ ଚଳାଇବାରୁ ଗାଡ଼ି ମହିଳାଙ୍କୁ ଧକ୍କା ଦେଲା। ଫଳରେ ସେ ମହିଳାଙ୍କ ମସ୍ତିଷ୍କରେ ଭୀଷଣ ଆଘାତ ଲାଗିଲା ଓ ସେହିଦିନ ହିଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଅଦାଲତଙ୍କୁ ସୂଚନା ଦିଆଯାଇଥିଲା।

ଆଗରୁ ସୁରେଶଙ୍କର ବେପରୁଆ ଗାଡ଼ି ଚାଳନା ରେକର୍ଡ ଥିବାରୁ ସଜ୍ଜା ସମୟ ଶେଷ ହେବା ପରେ ବି ଅନ୍ୟୂନ ୮ ବର୍ଷ ପାଇଁ ତାଙ୍କୁ କୌଣସି ଗାଡ଼ି ଚଳାଇବାକୁ ଲାଇସେନ୍‌ସ୍‌ ମିଳିବ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button