ଅପରାଧ

ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନ ଗିରଫ – bajravana

[ad_1]

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ୫୫ ଦିନ ପରେ ଗୁରୁବାର ସକାଳୁ ଗିରଫ କରାଯାଇଛି। ତୃଣମୂଳ କଂଗ୍ରେସର ଏହି ୫୩ ବର୍ଷୀୟ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମିନାଖାନ ଅଞ୍ଚଳରୁ ଉଠାଇ ନିଆଯାଇ ଆଜି କୋର୍ଟରେ ହାଜର କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଟିଏମ୍‌ସିର ଏହି ପ୍ରଭାବଶାଳୀ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଜମି ଦୁର୍ନୀତି, ରାସନ ବଣ୍ଟନ ଦୁର୍ନୀତି ଆଦି ମାମଲା ରହିଛି।

ଗତକାଲି ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରୁ ପୁଲିସ ଶାହାଜାହାନକୁ ଉଠାଇ ଆଣିଛି। ଗତ ଜାନୁଆରୀ ୫ ତାରିଖରେ ରାସନ ବଣ୍ଟନ ଦୁର୍ନୀତିରେ ପଚରାଉଚରା କରିବା ପାଇଁ ଶାହାଜାହାନଙ୍କ ଘରେ ପହଞ୍ଚିଥିଲା ଇଡି । ଏହି ସମୟରେ ଶାହାଜାହାନଙ୍କ କିଛି ସହଯୋଗୀ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଏହା ପରେ ଶାହାଜାହାନକୁ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ସମନ କରିଥିଲା । ହେଲେ ଇଡି ଅଧିକାରୀଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଥିବା ଶାହାଜାହାନ୍ ହାଜର ହୋଇନଥିଲେ । ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତା ୪ ତାରିଖ ସୁଦ୍ଧା ଗିରଫ କରି ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button