ମନୋରଞ୍ଜନ

ନାମରୁ କୁମାର ହଟାଇଲେ ଦିବ୍ୟା, ଜୋର ଧରିଲା ଛାଡ଼ପତ୍ର ଚର୍ଚ୍ଚା – bajravana

[ad_1]

ମୁମ୍ବାଇ: ଦିବ୍ୟା ଖୋସଲା କୁମାର ବଲିଉଡର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ଉତ୍କୃଷ୍ଟ ଅଭିନୟ ଏବଂ ସୁନ୍ଦର ଚେହେରା ହେତୁ ସେ ପ୍ରାୟତଃ ଲାଇମ୍ ଲାଇଟରେ ରହିଥାନ୍ତି। ଏବେ ଦିବ୍ୟା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ସର୍ବଦା ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଯଥେଷ୍ଟ ବ୍ୟକ୍ତିଗତ ରଖିଆସିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଦମ୍ପତିଙ୍କ ମଧ୍ୟରେ ସବୁ କିଛି ଠିକ୍ ନଥିବା ଦେଖାଯାଇଛି।

ରେଡିଟର ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଦିବ୍ୟା, ଭୂଷଣଙ୍କୁ ଛାଡ଼ପତ୍ର ଦେବେ। ସୂଚନା ମୁତାବକ, ରେଡିଟରେ ଜଣେ ବ୍ୟବହାରକାରୀ ଦିବ୍ୟା ଖୋସଲାଙ୍କ ଇନଷ୍ଟା ହ୍ୟାଣ୍ଡେଲର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି ଯେଉଁଥିରେ ଦିବ୍ୟା ନିଜ ନାମରୁ କୁମାର ହଟାଇ ଦେଇଛନ୍ତି। ଆଗରୁ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲର ନାମ ଦିବ୍ୟା ଖୋସଲା କୁମାର ଥିବା ବେଳେ ଏବେ କେବଳ ଦିବ୍ୟା ଖୋସଲା ରହିଥିବା ଦାବି କରାଯାଇଛି।

Divya Khosla ने अपने नाम से हटाया भूषण कुमार का सरनेम! पति की कंपनी भी की अनफॉलो, लोग बोले- क्या शादी नहीं चल रही ठीक?

ଏହା ସହ କୁହାଯାଉଛି ଯେ, ଦିବ୍ୟା ଟି-ସିରିଜକୁ ମଧ୍ୟ ଅନଫଲୋ କରିଛନ୍ତି। ତେବେ ପ୍ରକୃତରେ କେଉଁ କାରଣରୁ ଦିବ୍ୟା ଏଭଳି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ତେବେ ବିବାହ ପରେ ଫିଲ୍ମରୁ କିଛି ବର୍ଷ ଦୂରେଇ ରହିଥିଲେ ବି ଏବେ ପୁଣି ଥରେ ଦିବ୍ୟା ପରଦାକୁ ‌ଫେରିଛନ୍ତି। ଅନେକ ମ୍ୟୁଜିକ୍ ଭିଡିଓ ସହିତ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button