ମନୋରଞ୍ଜନ

ଛାତ୍ରୀମାନେ ସ୍କୁଲରେ ମଦବୋତଲ ସହ ଜନ୍ମଦିନ ଉତ୍ସବ ପାଳିଲେ

ନୂଆଦିଲ୍ଲୀ: ଛତିଶଗଡର ବିଲାସପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଦ ପିଇବାର ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ସୋସିଆଲ ମିଡିଆରେ ବାଳିକାମାନଙ୍କ ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

ସୂଚନାନୁସାରେ, ଏହି ଘଟଣା ବିଲାସପୁର ଜିଲ୍ଲାର ମସ୍ତୁରୀ ଅଞ୍ଚଳର ଭଟଚୌରା ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଟେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ସେଥିପାଇଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତଥା ଅନୁଷ୍ଠାନର ମୁଖ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ଏହି ଘଟଣାକୁ ନେଇ ବିଳାସପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଟିଆର ସାହୁ କହିଛନ୍ତି,‘ ଯେ ଜିଲ୍ଲାର ମସ୍ତୁରୀ ଅଞ୍ଚଳର ଭଟଚୌରା ଗ୍ରାମରେ ଅବସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ମୃଦୁ ପାନୀୟ ସହିତ ମଦ ପିଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନୁସନ୍ଧାନକାରୀ ଦଳ ସମ୍ପୃକ୍ତ ବାଳିକା ଓ ଶିକ୍ଷକଙ୍କ ବିବୃତ୍ତି ରେକର୍ଡ କରିଛନ୍ତି।

ଅନୁସନ୍ଧାନକାରୀ ଦଳର ଯାଞ୍ଚ ସମୟରେ, ଛାତ୍ରୀମାନେ କହିଥିଲେ ଯେ ଭିଡିଓ ପ୍ରସ୍ତୁତ କରିବା ସମୟରେ ସେମାନେ ମଜା କରିବା ପାଇଁ ମଦ ବୋତଲ ଧରିଥିଲେ, କିନ୍ତୁ ସେମାନେ ମଦ ପିଇ ନଥିଲେ। ଏହି ଘଟଣାରେ ସମ୍ପୃକ୍ତ ଛାତ୍ରୀମାନଙ୍କ ପିତାମାତାଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି।

ସୂତ୍ରରୁ ପ୍ରକାଶ ଯେ ଜୁଲାଇ ୨୯ରେ କିଛି ଛାତ୍ରୀ ଶ୍ରେଣୀଗୃହ ଭିତରେ ଜଣେ ବାଳିକାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହି ସମୟରେ ସେମାନେ ମଦ ପିଇଥିଲେ। ପରେ ଜଣେ ଛାତ୍ରୀ ସୋସିଆଲ ମିଡିଆରେ ଏହାର ଭିଡିଓ ଏବଂ ଫଟୋ ସେୟାର କରିଥିଲେ। ଯାହକି ଭାଇରାଲ ହୋଇଯିବା ସହିତ ଏହାକୁ ନେଇ ବିବାଦ ଦେଖା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button