ମନୋରଞ୍ଜନ

ଦୁଗ୍ଧରେ ଏହି ଜିନିଷ ମିଶାଇ ପିଇବା ଦ୍ବାରା ନିଜକୁ ‘ଫିଟ୍‌’ ରଖିଛନ୍ତି କରୀନା କପୁର – bajravana

[ad_1]

ମୁମ୍ବାଇ: କିଛିଟା ଭାରତୀୟ ଖାଦ୍ୟର ସ୍ବାଦ ବଢ଼‌ାଇବା ପାଇଁ ଆମେ ରୋଷେଇରେ ଜାଇଫଳ ବ୍ୟବହାର କରିଥାନ୍ତି। ହେଲେ ଆପଣ ହୁଏତ ଜାଣନ୍ତି ନାହିଁ ଯେ ଏହା କେବଳ ସ୍ବାଦ ବଢ଼ାଇବା ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ବି ଖୁବ୍ ଉପକାରୀ।

ପୋଷଣ ବିଶେଷଜ୍ଞ ଲିମା ମହାଜନ ନିକଟରେ ଏକ ଇଂରାଜି ଖବରକାଗଜ‌ରେ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ଏହା ଶରୀର ପାଇଁ ଖୁବ୍ ଉପକାରୀ। କେବଳ ଏକ ଚୁଟ୍‌କି ଜାଇଫଳ ଓଜନ ହ୍ରାସରୁ ନେଇ ତ୍ବଚାକୁ ଚିକ୍କଣ ଦିଶିବାରେ ସାହାଯ୍ୟ କରିବା ଓ ନିଦ୍ରାହୀନତା କମାଇବାରେ ସାହାଯ୍ୟ କରିଥାଏ। ମୋଟାମୋଟୀ ଭାବେ ପୂରା ଶରୀରକୁ ସୁସ୍ଥ ରଖ‌େ।

ଜାଇଫଳ ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାରି କରିଥାଏ। ଏଥରେ ଓଜନ ହ୍ରାସ କରିବା ପରି ପାଚନ ଗୁଣ ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ବି ଜାଇଫଳର ଫ୍ୟାନ୍‌।

ତାଙ୍କ ନ୍ୟୁଟ୍ରସିନିଷ୍ଟ ନିକଟରେ କରୀନାଙ୍କ ଜାଇଫଳ ସେବନ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ କରୀନାଙ୍କୁ ଜାଇଫଳରୁ ଖୁବ୍ ଲାଭ ମିଳିଛି। କରୀନା ଗର୍ଭବତୀ ଥିବା ସମୟରେ ନିୟମିତ ରାତିରେ ଖିରରେ ଜାଇଫଳ ମିଶାଇ ପିଉଥିଲେ।

ଏହାକୁ ପ୍ରତିଦିନ ଗ୍ରହଣ କରିବା ଦ୍ବାରା ତ୍ବଚାର ଚମକ ବଜାୟ ରହେ ବୋଲି ନ୍ୟୁଟ୍ରସିନିଷ୍ଟ ଦାବି କରିଛନ୍ତି। ଜାଇଫଳରେ ଭିଟାମିନ୍‌ ଏ, ସି ଏବଂ ଇ ଆଦି ପୋଷକ ତତ୍ବ ସହ ମାଙ୍ଗାନିଜ୍‌, ମ୍ୟାଗ୍‌ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌, ଫାଇବର୍‌ ଓ ଆଇରନ୍‌ ଆଦି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button