ଓଡିଶା

କାର୍‌-ହାଇୱା ଧକ୍କା; ଚାଳକ ମୃତ, କାର୍‌ ଚାଳକ ଗୁରୁତର – bajravana

[ad_1]

କଲେଇପୋଷ/ଲହୁଣିପଡ଼ା: ଶନିବାର ଅପରାହ୍ନରେ ଏକ କାର୍‌ ଓ ହାଇୱା ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଷ୍ଟିୟରିଂରେ ଚାପି ହେଇ ହାଇୱା ଚାଳକଙ୍କ ମୃତ୍ୟୁ ହେବା ସହ କାର୍‌ ଚାଳକ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍‌ଣ ପ୍ରାୟ ୧ଟା ସମୟରେ ଓଡ଼ି ୧୯ଆର୍‌/୪୨୭୨ ହାଇଓ୍ବା ଟ୍ରକ୍‌ଟି ଲୁହା ପଥର ବୋଝେଇ କରି ରାଉରକେଲା ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଓଆର୍‌ ୧୫ଏଫ୍‌/୬୩୬୯ କାର୍‌କୁ ଦଲମକୁଚା ଗଣିଘଣା ଛକରେ ଧକ୍କା ଦେଇ ରାସ୍ତାକଡ଼ ଏକ ମହୁଲ ଗଛରେ ପିଟି ହୋଇଥିଲା। ଫଳରେ ହାଇୱା ଚାଳକ ଗାଡ଼ି ଷ୍ଟିୟରିଂରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗାଡ଼ି ଭିତରୁ ମୃତ ଚାଳକଙ୍କୁ ବାହାର କରିବା ସମ୍ଭବ ନ ହେବାରୁ ଏକ ଜେସିବି ସାହାଯ୍ୟରେ ମହୁଲ ଗଛକୁ ହଟାଇବା ପରେ ଲହୁଣିପଡ଼ା ପୁଲିସ ଶବ ଉଦ୍ଧାର କରିଥିଲା। ଅନ୍ୟ ପକ୍ଷରେ କାର୍‌ ଚାଳକ ଜିତେନ୍ଦ୍ର ପ୍ରଧାନ (୬୫)ଙ୍କୁ କାର୍‌ ଭିତରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା।

ସେହିପରି ଆଜି ସକାଳ ସାଢ଼େ ୯ଟାରେ କୋଇଡ଼ା ପଟୁ ରାଉରକେଲା ଅଭିମୁଖେ ଆଇରନ୍ ବୋଝେଇ କରି ଯାଉଥିବା ଓଡ଼ି ୧୪ଭି ୫୫୩୫ ହାଇୱା ଟ୍ରକ୍‌ଟି ଦ୍ରୁତଗତିରେ ଆସୁଥିବାବେଳେ ବାସୁବାହାଲ କ୍ଲବ୍‌ ନିକଟ ଗୋଲେଇରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିବାରୁ ଗାଡ଼ି ଚାଳକ ଏବଂ ହେଲପର ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଚାଳକ ଏବଂ ହେଲପରଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଗୋ​ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ଖବର ପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ଘଟଣାର ତନାଘନା ଚଳାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ଦୁର୍ଘଟଣାର ଟ୍ରକ୍‌ ଚାଳକଙ୍କର ପରିଚୟ ମିଳି ପାରିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button