ସେକ୍ଟର-୨୦ ମାଚ୍ଛମାର୍କେଟ ହତ୍ୟା ଘଟଣା: ୨ ଯୁବକକୁ ବାନ୍ଧିଲା ପୁଲିସ – bajravana
[ad_1]
ରାଉରକେଲା: ସେକ୍ଟର-୨୦ ମାଚ୍ଛମାର୍କେଟ ନିକଟ ହତ୍ୟାକାଣ୍ଡ ଘଟଣାରେ ଝିରପାଣି ପୁଲିସ ଦୁଇ ଯୁବକକୁ ଗିରଫ କରିଛି। ସେମାନେ ହେଲେ ବରଟୋଲିର ଅଶୋକ ପ୍ରସାଦ ଓ କୋଏଲନଗର ଡି ବ୍ଲକର କେବଲ ସିଂହ। ଦୁହିଁଙ୍କୁ ଆସନ୍ତାକାଲି (ରବିବାର) ଜେଲ ପଠାଯିବ ବୋଲି ଡିଏସ୍ପି ପୁଷ୍ପାଞ୍ଜଳି ନିଙ୍ଗି କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ଦୁହେଁ ନିହାର ରଞ୍ଜନ ଆଚାର୍ଯ୍ୟ (ଟୁଟୁ)କୁ ଭୂଜାଲିରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ମୁତାବକ ଟୁଟୁ ଆଚାର୍ଯ୍ୟ ପରିବାର ସହ ବରଟୋଲିରେ ରହୁଥିଲେ। ଟୁଟୁଙ୍କ ଜଣେ ସମ୍ପର୍କୀୟଙ୍କର କୋଏଲନଗର ଏନ୍ଏସି ମାର୍କେଟରେ ଏକ ଦୋକାନଘର ରହିଛି। ତାକୁ ସେ କେବଲ ସିଂହ ନାମକ ଜଣେ ଯୁବକକୁ ଭଡ଼ାରେ ଦେଇଥିଲେ। କେବଲ ସେଠାରେ ଫାଷ୍ଟଫୁଡ୍ ଦୋକାନ ଖୋଲିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିଛିମାସ ପରେ ଦୋକାନ ଖାଲି କରିବାକୁ ଟୁଟୁଙ୍କ ସଂପର୍କୀୟ (ଦୋକାନଘର ମାଲିକ) କେବଲକୁ କହିଥିଲେ। ହେଲେ ବାରମ୍ବାର କହିବା ସତ୍ତ୍ବେ ସେ ଦୋକାନ ଖାଲି କରିନଥିଲା। କିଛି ଦିନ ପୂର୍ବରୁ ଟୁଟୁ ସେଠାରେ ପହଞ୍ଚି ଦୋକାନ ଖାଲି କରିବାକୁ କେବଲକୁ ଧମକଚମକ ଦେଇଥିଲେ। ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିଟୁଣ୍ଡ ଓ ମାଡ଼ପିଟ ହୋଇଥିଲା। ଗତକାଲି ସଂଧ୍ୟାରେ ଟୁଟୁ ମୋଟର ସାଇକଲ୍ରେ ସେକ୍ଟର-୨୦ ରାସ୍ତା ଦେଇ ଘରକୁ ଫେରୁଥିଲେ। ସେକ୍ଟର-୨୦ ‘ଡି’ ବ୍ଲକ୍ ମାଛ ମାର୍କେଟ ନିକଟରେ କେବଲ ଓ ତାଙ୍କର ଜଣେ ସହଯୋଗୀ ଟୁଟୁଙ୍କୁ ଅଟକାଇଥିଲେ। ମୋଟରସାଇକଲ୍ରୁ ଓହ୍ଲାଇବା ପରେ କାହିଁକି କୋଏଲନଗର ଏନ୍ଏସି ମାର୍କେଟ ଦୋକାନ ଖାଲି କରିବାକୁ ଧମକ ଦେଉଛୁ ବୋଲି ଟୁଟୁକୁ ପ୍ରଶ୍ନ କରିଥିଲା କେବଲ। ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କେବଲ ପକେଟରୁ ଭୁଜାଲି ବାହାରି କରି ଟୁଟୁଙ୍କ ଗୁପ୍ତାଙ୍ଗକୁ ହାଣି ଦେଇଥିଲା। ଟୁଟୁ ଘଟଣାସ୍ଥଳରେ ବେହୋସ ହୋଇ ପଡ଼ିଯିବା ପରେ କେବଲ ଓ ତା’ର ସହଯୋଗୀ ପଥରରେ ଛେଚି ତାଙ୍କୁ ହତ୍ୟା କରିଥିଲେ। ସ୍ଥାନୀୟ ଲୋକ ପହଞ୍ଚିଯିବାରୁ ଦୁହେଁ ବାଇକ୍ରେ ଚମ୍ପଟ ମାରିଥିଲେ।
[ad_2]