ଓଡିଶା

ଯୁକ୍ତ୨ ପରୀକ୍ଷା ଆରମ୍ଭ: ମାତୃଭାଷାରେ କପି କରି ୧୧ ଧରାପଡ଼ିଲେ – bajravana

[ad_1]

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ମାତୃଭାଷାରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ଏମ୍‌ପି(ମାଲପ୍ରାକ୍ଟିସ) ହୋଇଛନ୍ତି। ସମ୍ବଲପୁର ଜୋନ୍‌ରୁ ସର୍ବାଧିକ ୯ଜଣ ଏମ୍‌ପି ହୋଇଥିବା ବେଳେ ବାରିପଦା ଓ ବ୍ରହ୍ମପୁର ଜୋନ୍‌ରୁ ଜଣେ ଲେଖାଏ ପାରୀକ୍ଷାର୍ଥୀ ଏମ୍‌ପି ହୋଇଥିବା ଜଣାପଡ଼ିଛି। ୧୭ ତାରିଖ ତଥା ଶନିବାରଠାରୁ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ରହିଛି।

ପରୀକ୍ଷାରେ କପି ରୋକିବାକୁ ଏଥର ୩ ସ୍ତରୀୟ ସ୍କ୍ବାଡ୍‌ ନିଯୁକ୍ତ ହୋଇଛନ୍ତି। ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଗୋଟିଏ ସ୍କ୍ବାଡ୍‌ ଗଠନ ହୋଇଥିବା ବେଳେ ଅଧ୍ୟାପକମାନଙ୍କୁ ନେଇ ଦୁଇ ସ୍ତରୀୟ ସ୍କ୍ବାଡ୍‌ ଯଥା ସେଣ୍ଟ୍ରାଲ ଓ ଜୋନାଲ୍‌ ଫ୍ଲାଇଂ ସ୍କ୍ବାଡ୍‌ ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରିବା ସହ ତଦାରଖ କରିଛନ୍ତି। ଏଥର ୭ଟି ଉପ ପରୀକ୍ଷାକେନ୍ଦ୍ର ସହ ୧୧୫୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର କିସ୍‌, ନୀଳାଦ୍ରିବିହାର ସରସ୍ବତୀ ଜ୍ଞାନମନ୍ଦିର, କିଟ୍‌ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଇଟିଇଆର, ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପ ପରୀକ୍ଷା କେନ୍ଦ୍ର ହୋଇଛି। ଯୁକ୍ତ୨ ପରୀକ୍ଷା ପରିଚାଳନା କରିବାକୁ ୨୦୨ଟି ହବ୍‌ ପ୍ରତିଷ୍ଠା ହୋଇଛି। ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ହବରୁ ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା। ସମସ୍ତ ହବ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ ସହ ତାହାର ଲିଙ୍କ୍‌ ପରିଷଦର ମୁଖ୍ୟାଳୟ ସହ ସଂଯୋଗ ହୋଇଛି। ସିସିଟିଭି ମନିଟରିଂ କରିବାକୁ ପରିଷଦ କାର୍ଯ୍ୟାଳୟରେ ଏକ ବଡ଼ କଣ୍ଟ୍ରୋଲ ରୁମ୍‌ ଖୋଲିଛି। ପ୍ରତିଟି ହବ୍‌ ଓ ପରୀକ୍ଷା କେନ୍ଦ୍ରର ଟିକିନିଖି କାର୍ଯ୍ୟକଳାପ ଏଠାରେ ଦୃଶ୍ୟମାନ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button