ଓଡିଶା

ଆଞ୍ଚଳିକ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ‘ନୂଆ-ଓ’ କାର୍ଯ୍ୟକ୍ରମ ଉଦଯାପିତ – bajravana

[ad_1]

ରାଇରଙ୍ଗପୁର/ଜାମଦା: ଶିକ୍ଷାନୁଷ୍ଠାନରେ ପ୍ରତିଭାର ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଦ୍ବାରା ପ୍ରାୟଜିତ “ନୂଆ-ଓ” କାର୍ଯ୍ୟକ୍ରମ ମୟୂରଭଂଜ ଜିଲ୍ଲା ତାଳଗାଁସ୍ଥିତ ଜାମଦା ଆଞ୍ଚଳିକ ମହାବିବିଦ୍ୟାଳୟ (ଡ଼ିଗ୍ରୀ)ରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଭାବାନ୍ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ମହାବିଦ୍ୟାଳୟର ପ୍ରତିଭାବାନ୍ ଛାତ୍ର ଅଭିମନ୍ୟୁ ପାଳ ଓଡ଼ିଆ ତର୍କ ପ୍ରତିଯୋଗିତାରେ ବାମନଘାଟୀ ସବ୍‌ଡିଭିଜନ ସ୍ତରରୁ ବିଜେତା ହୋଇ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ତତ୍ ସଙ୍ଗେ ଗୋଷ୍ଠୀ ନୃତ୍ୟରେ ମହାବିଦ୍ୟାଳୟର ଛାତ୍ରୀ ସରସ୍ଵତୀ ବିନ୍ଧାଣୀ, କରିସ୍କା ମଣ୍ଡଳ, ଦୀପା ମୁଣ୍ଡା, ଶର୍ମିଷ୍ଠା ମଣ୍ଡଳ, ସ୍ବିଟିରାଣୀ ସାହୁ ଏବଂ ଦୀପିକା ଚକିଆ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ବୋଲି “ନୂଆ-ଓ” କାର୍ଯ୍ୟକ୍ରମର ନୋଡାଲ ଅଫିସର ଇଂରାଜୀ ବିଭାଗର ଅଧ୍ୟାପକ ଅଶୋକ କୁମାର ମହାନ୍ତ ସୂଚନା ଦେଇଥିଲେ।

‘ନୂଆ-ଓ’ ଏବଂ ଏନ୍.ଏସ୍.ଏସ୍ ୟୁନିଟ୍‌ର ସହାୟତାରେ ସାମାଜିକ କାର୍ଯ୍ୟକ୍ରମ ମୋତିଆବିନ୍ଦୁ ଚିହ୍ନଟ ପରୀକ୍ଷା ଶିବିର ଓ ରକ୍ତଦାନ ଶିବିର ହୋଇଥିବାର ସୂଚନା ମଧ୍ୟ ଦେଇଥିଲେ । ଏହି ଶିବିରକୁ ପରିଚାଳନା କରିବାରେ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର  ଭଗବାନ ଚନ୍ଦ୍ର ପାଳ ସହଯୋଗ କରିଥିଲେ। ଏହାବ୍ୟତୀତ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବାବୁଲୁ ଟୁଡୁ, ସମ୍ମାନିତ ଅତିଥ୍ୟ ଭାବେ ତାଳଗାଁ ପଞ୍ଚାୟତର ସରପଞ୍ଚ ଡମ୍ବରୁଧର ହେମ୍ବ୍ରମ, ମୁଖ୍ୟବ୍ୟକ୍ତା ଭାବେ ମହାବିଦ୍ୟାଳୟର ପରିଚାଳନା କମିଟୀର ସଭାପତି ଅଧ୍ୟାପକ ଲଳିତ ମହାନ୍ତ ଯୋଗ ଦେଇଥିଲେ । ମୁଖ୍ୟ ଅତିଥୁ “ ନୂଆ-ଓ” କାର୍ଯ୍ୟକ୍ରମ ଯୁବପିଢୀ ମାନଙ୍କର ପ୍ରତିଭାର ବିକାଶ ପାଇଁ ଏକ ଉତ୍ତମ ଯୋଜନା ବୋଲି ବକ୍ତବ୍ୟ ରଖୁଥିଲେ।

ଏହି ଉତ୍ସବରେ ରାଜନୀତି ବିଭାଗ ଅଧ୍ୟାପକ ସୂର୍ଯ୍ୟକାନ୍ତ ପ୍ରଧାନ, ଶିକ୍ଷା ବିଭାଗର ଅଧ୍ୟାପକ ଡଃ ରାଜକିଶୋର ଜେନା, ଓଡିଆ ବିଭାଗର ଅଧ୍ୟାପିକା ଲିଜାରାଣୀ ସାହୁ, ଇତିହାସ ବିଭାଗର ଅଧ୍ୟାପିକା ସେହେନାଜ ପରୱିନ, ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭୂପତି ନନ୍ଦୀ, କ୍ରୀଡ଼ା ପ୍ରତିଯୋଗିତାର ନୋଡାଲ ଅଫିସର ତପନ କୁମାର ଜେନା, ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭଗବତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button