ରୋଗୀଙ୍କୁ ବାଇକରେ ବସାଇ ହସ୍ପିଟାଲ ଭିତରେ ପଶିଲେ କର୍ମଚାରୀ – bajravana
[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସତନା ଜିଲ୍ଲା ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭିଡିଓରେ ଜଣେ ରୋଗୀଙ୍କୁ ହସ୍ପିଟାଲର ଜରୁରୀକାଳିନ ବିଭାଗ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବାଇକର ସାହାଯ୍ୟ ନିଆଯାଇଥିବା ଦେଖିବାକୁ ମିଳୁଛି।
ତେବେ ରୋଗୀଙ୍କୁ ବାଇକରେ ହସ୍ପିଟାଲର ଜରୁରୀକାଳିନ ବିଭାଗ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯେଉଁ ବ୍ୟକ୍ତି ଜଣକ ସାମିଲ ଅଛନ୍ତି ସେ ହସ୍ପିଟାଲ କର୍ମଚାରୀ ଥିବା ଜଣାପଡ଼ିଛି। ହସ୍ପିଟାଲରେ ଚାଲି ପାରୁ ନଥିବା ରୋଗୀଙ୍କୁ ଡାକ୍ତରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଷ୍ଟ୍ରେଚର ଏବଂ ଅନ୍ୟ ସୁବିଧା ଥିବା ସତ୍ତ୍ବେ ରୋଗୀଙ୍କୁ ଏଭଳି ଭାବେ କାହିଁକି ଅଣାଗଲା ସେଥିପାଇଁ ଯାଞ୍ଚ ଚାଲିଛି ବୋଲି ସତନା ଜିଲ୍ଲା ହସ୍ପିଟାଲର ଆରଏମଓ ସରଦ ଦୁବେ ସୂଚନା ଦେଇ କହିଛନ୍ତି।
ଏହି ଘଟଣାକୁ କେନ୍ଦ୍ରକରି ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ବି ରେକର୍ଡ କରାଯାଉଛି। ଘଟଣାକୁ ଗମ୍ଭୀରତା ସହ ନିଆଯାଇଛି। ଯିଏବି ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲେଖଯୋଗ୍ୟ, ନିକଟରେ ଡାକ୍ତରଖାନା ପରିସରରେ ରିଲ୍ସ୍ ରେକର୍ଡିଙ୍ଗ୍ କରିଥିବା କର୍ଣ୍ଣାଟକର ୩୮ଜଣ ଡାକ୍ତରୀ ଛାତ୍ର ଦଣ୍ଡିତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। କର୍ଣ୍ଣାଟକର ‘ଗଦଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ (ଗିମ୍ସ୍)ର ଡାକ୍ତରୀ ଛାତ୍ରମାନେ ‘ଇନ୍ଷ୍ଟାଗ୍ରାମ୍’ରେ ଅପ୍ଲୋଡ୍ କରିଥିବା ଉକ୍ତ ରିଲ୍ସ୍ର ଟ୍ୟାଗ୍ଲାଇନ୍ ହେଉଛି ‘ରିଲ୍ ଇଟ୍, ଫିଲ୍ ଇଟ୍’।
ତେବେ ଛାତ୍ରଙ୍କ ଏଭଳି କାମ ଡାକ୍ତରଖାନା ନିୟମ ଉଲ୍ଲଂଘନ ବୋଲି ଦର୍ଶାଇ ଡାକ୍ତରଖାନା ପରିଚାଳନା କର୍ତ୍ତୃପକ୍ଷ ଶନିବାର ଦିନ ସେମାନଙ୍କ ‘ହାଉସ୍ମ୍ୟାନ୍ସିପ୍’ ତାଲିମକୁ ଆଉ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
[ad_2]