ଅପରାଧ

ଶଶୁର ସହ ସମ୍ପର୍କ ରଖୁଥିଲେ, ବିଦେଶ ଯିବା ପାଇଁ ଟଙ୍କା ନଦେବାରୁ ଗୁପ୍ତାଙ୍ଗ କାଟି ହତ୍ୟା କଲା ବୋହୂ – bajravana

[ad_1]

ଖେଡା: ଶଶୁର ସହ ଶାରୀରିକ ସମ୍ପର୍କ ରଖି ଟଙ୍କା ନେଉଥିଲା ବୋହୂ। ବିଦେଶ ଯିବା ପାଇଁ ଟଙ୍କା ନଦେବାରୁ ଏବେ ବୋହୂ ନିଜ ଶଶୁରଙ୍କ ଗୁପ୍ତାଙ୍ଗ କାଟି ହତ୍ୟା କରିଥିବା ଜଣାପଡ଼ିଛି। ଗୁଜରାଟର ଖେଡା ଜିଲ୍ଲାରେ ଘଟିଛି ଏଭଳି ଘଟଣା। ବିବାହ ପରେ ଭଡ଼ା ଘର ନେଇ ଶଶୁର-ବୋହୂ ଶାରୀରିକ ସମ୍ପର୍କ ରଖୁଥିଲେ। କିଛି ମାସ ପରେ ମହିଳାଙ୍କର ଫେସବୁକରେ ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ବିଦେଶ ଯିବା ପାଇଁ ୨ଲକ୍ଷ ଟଙ୍କା ଦରକାର ବୋଲି ଯୁବକ କହିବାରୁ ମହିଳାଜଣକ ନିଜ ଶଶୁରଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଦେବାକୁ ମନା କରିବାରୁ ମହିଳା, ଶଶୁରଙ୍କ ଗୁପ୍ତାଙ୍ଗ କାଟି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୃତକଙ୍କ ନାମ ଜଗଦୀଶ ଶର୍ମା ହୋଇଥିବା ବେଳେ ଅଭିଯୁକ୍ତର ନାମ ମନୀଷା ଶର୍ମା ବୋଲି ଜଣାପଡ଼ିଛି।

aajtak

ପୁଲିସ ଦେଇଥିବା ସୂଚନ ମୁତାବକ, ମନୀଷା ଶର୍ମା ବିବାହ ପରେ ଜଗଦୀଶଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଘଟଣ‌ାର ମାସକ ପୂର୍ବରୁ ମନୀଷା ଅନ୍ୟ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଯୁବକଜଣକ ବିଦେଶ ଯିବାର ଲୋଭ ଦେଇ ୨ଲକ୍ଷ ଦରକାର ବୋଲି କହିଥିଲେ। ଟଙ୍କା ବିଷୟରେ ମନୀଷା, ଜଗଦୀଶଙ୍କୁ କହିଥିଲେ ବି ମୃତକ ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ରାଗିଯାଇ ଘଟଣା ଦିନ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ମନୀଷା ପ୍ରଥମେ ଜଗଦୀଶଙ୍କ ଗୁପ୍ତାଙ୍ଗ ଓ ପରେ ତାଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେ ଭଡ଼ା ଘରର କବାଟ ବନ୍ଦ କରି ନିଜ ଘରକୁ ଫେରିଥିଲେ। ଘଟଣାର ୩ଦିନ ପରେ ଜଗଦୀଶ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ନପାଇବାରୁ ଜଗଦୀଶଙ୍କ ବଡ଼ ପୁଅ ପୁଲିସରେ ଅଭିଯୋଗ କରି ସାନ ଭାଇର ପତ୍ନୀ ମନୀଷା ଉପରେ ସନ୍ଦେହ ଥିବା କହିଥିଲେ। ପୁଲିସ ମନୀଷାଙ୍କୁ ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିଥିଲା। ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button