ଗାଡ଼ି ତନଖି ବେଳେ ଧରା ପଡ଼ିବାରୁ ଚାଳକ ପୁଲିସକୁ କାମୁଡ଼ି ଦେଲେ – bajravana
[ad_1]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ସୋମବାର ଜଣେ ଚାଳକ ପୁଲିସ କର୍ମଚାରୀଙ୍କ ସହିତ ଖରାପ ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ଚାଳକଙ୍କୁ ତୁରନ୍ତ ଗିରଫ କରି ମାମଲା ରୁଜୁ ବି କରାଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୮ବର୍ଷୀୟ ସୟଦ ସଫି ବିଟିଏସ ବେଙ୍ଗାଲୁରୁରେ ବସବାସ କରନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ସକାଳ ୧୧.୨୦ରୁ ୧୨ଟା ମଧ୍ୟରେ ସୟଦ ବିନା ହେଲମେଟରେ ଗାଡ଼ି ଚଲାଇ ଯାଉଥିଲେ। ଏହି ସମୟରେ ଗାଡ଼ି ତନଖି ଚାଲିଥିଲା।
ତେଣୁ ମୁଖ୍ୟ କନଷ୍ଟେବଳ ସିଦ୍ଧରାମେଶ୍ବର କୋଜଲଗି ସୟଦଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଫୋନରେ ଚାଳକଙ୍କ ଫଟୋ ଉଠାଇଥିଲେ। ଏହାକୁ ଦେଖି ଚାଳକ ଜଣକ ରାଗି ଯାଇଥିଲେ। ସେ ସଙ୍ଗେସଙ୍ଗେ ଗାଡ଼ିରୁ ଓହ୍ଲାଇ ପୁଲିସ କର୍ମଚାରୀଙ୍କ ହାତରୁ ଫୋନ ଛଡ଼ାଇ ନେଇ ମୋ ଫଟୋ କାହିଁକି ଉଠାଇଲ କହି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୁଲିସ କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ଚାଳକ ପୁଲିସ ହାତରୁ ଖସିଯିବା ପାଇଁ ମୁଖ୍ୟ କନଷ୍ଟେବଳ ସିଦ୍ଧରାମେଶ୍ବରଙ୍କ ହାତ ଆଙ୍ଗୁଳିକୁ କାମୁଡ଼ି ଦେଇଥିଲେ। ଏଥିରେ କନଷ୍ଟେବଳ ଆହତ ବି ହୋଇଛନ୍ତି।
ଏହି ଘଟଣାପରେ ପୁଲିସ ଚାଳକ ସୟଦ ସଫିଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୯୨, ୩୪୧, ୩୩୨,୩୫୩, ୫୦୪ ଓ ୫୦୬ରେ ମାମଲା ରୁଜୁ କରିଛି।
[ad_2]