ଅପରାଧ

ଜମ୍ମୁ-କଶ୍ମୀରରେ ପଞ୍ଜାବର ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ – bajravana

[ad_1]

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ପଞ୍ଜାବର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ଶ୍ରୀନଗରରେ ପୁଲିସ ଅଧିକାରୀମାନେ କହିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଅମୃତସରର ବାସିନ୍ଦା ଅମୃତପାଲ ସିଂହଙ୍କୁ ସନ୍ଧ୍ୟା ପ୍ରାୟ ୭ଟା ବେଳେ ହବା କଡାଲର ଶାଲା କଡାଲ ଅଞ୍ଚଳରେ ଆତଙ୍କବାଦୀମାନେ ଏକେ ରାଇଫଲରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଥିଲେ। ଏହି ଘଟଣାରେ ଘଟଣାସ୍ଥଳରେ ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ରୋହିତ ନାମକ ଅନ୍ୟ ଜଣେ ଅଣସ୍ଥାନୀୟ କର୍ମଚାରୀ ଆହତ ହୋଇଛନ୍ତି। ଆହତ ରୋହିତ ମଧ୍ୟ ଅମୃତସରର ବାସିନ୍ଦା। ତାଙ୍କ ପେଟରେ ଗୁଳି ବାଜଛି ଏବଂ ସେ ଏସ୍‌ଏମ୍‌ଏଚ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛି।

ଚଳିତ ବର୍ଷ ଜମ୍ମୁ-କଶ୍ମୀରର କୌଣସି ଅଣସ୍ଥାନୀୟ ବ୍ୟକ୍ତିଙ୍କ ଉପରେ ଆତଙ୍କବାଦୀଙ୍କର ଏହା ପ୍ରଥମ ଆକ୍ରମଣ। ଗତବର୍ଷ ଅନନ୍ତନାଗ ଓ ସୋପିଆନ ଜିଲ୍ଲା ସମେତ ଉପତ୍ୟକାରେ ଅଣ-ସ୍ଥାନୀୟ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଅନେକ ଆକ୍ରମଣ କରିଥିଲେ ଯେଉଁଥିରେ ଏକାଧିକ ବ୍ୟକ୍ତି ମୃତାହତ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button