ଅପରାଧ

ମା’ ପିଲାଙ୍କ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ୩ଶିଶୁଙ୍କୁ ରାସ୍ତାରୁ ଭିଡ଼ି ନେଲା ଯମ – bajravana

[ad_1]

ନୂଆଦିଲ୍ଲୀ: ବିହାରର ବିତିୟା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍କୁଲ ଛୁଟି ହେବାପରେ ଛୋଟଛୋଟ ପିଲାମାନେ ସାଙ୍ଗ ହୋଇ ଘରକୁ ଫେରିଥି‌ଲେ। ଘରେ ବି ପିଲାଙ୍କ ମା’ମାନେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥି‌ଲେ। କିନ୍ତୁ ଖବର ଆସିଲା କି ସେମାନଙ୍କ ଛୁଆ ଆଉ ଏଦୁନିଆରେ ନାହାନ୍ତି। ଏହି ଖବର ଶୁଣି ମୃତ ଛୁଆଙ୍କ ମା’ ସ୍ଥାଣୁ ପାଲଟି ଯାଇଛନ୍ତି। ନା କାନ୍ଦୁଛନ୍ତି ନା କାହାରିକୁ କିଛି କହୁଛନ୍ତି। ଏଦୃଶ୍ୟ ଦେଖିବା ପରେ ଉକ୍ତ ଅଞ୍ଚଳର ପ୍ରତ୍ୟେକଟି ଲୋକଙ୍କ ଆଖିରୁ ଲୁହ ଝରି ପଡ଼ୁଛି।

ସୂଚନାଯୋଗ୍ୟ, ରାଜକୀୟ ମାଧ୍ୟମିକ ବିଦ୍ୟାଳୟ ବେଳଦାରୀ ସ୍କୁଲ ଛୁଟି ହେବାପରେ ପିଲାମାନେ ଘରୁ ଯିବାକୁ ବ‌ାହାରିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଏକ ବୋଲେରୋ ଦ୍ରୁତଗତିରେ ଆସୁଥିଲା। ପିଲାଙ୍କୁ ହଠାତ ସାମ୍ନାରେ ଦେଖି ଚାଳକ ନିଜ ଗାଡ଼ିର ବେଗ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥି‌ଲେ।

ଫଳରେ ଗାଡ଼ି ସ୍କୁଲର ୩ଜଣ ଛୋଟ ପିଲାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଆଉ ଦେଖିଦେଖୁ ୩ଜଣ ନୀରିହ ପିଲା ସବୁଦିନ ପାଇଁ ରାସ୍ତାରେ ଆଖି ବୁଜି ଦେଇଥିଲେ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ କିଛି ପିଲାଙ୍କୁ ବି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ବି ଶୋଚନୀୟ ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button